କେନ୍ଦୁଝର: ୯ ମାସ ପରେ ସ୍କୁଲ ଖୋଲିଲା । ବିଦ୍ୟାଳୟ ପରିସରକୁ ସଫାସୁତୁରା କରିବା ସହ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିଲା ଏସଓପି । କିନ୍ତୁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ କାର୍ୟ୍ୟରେ ଅବହେଳା ମହଙ୍ଗା ପଡ଼ିଲା । କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲ ଉପରେ କାର୍ୟ୍ୟାନୁଷ୍ଠାନ ହୋଇଛି । ସେସବୁ ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଜାନୁଆରୀ ମାସର ଦରମା ବନ୍ଦ କରିଛନ୍ତି ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ।କେଉଁ କାରଣରୁ କାର୍ଯ୍ୟାନୁଷ୍ଠାନ ?
ଠିକ୍ ଭାବେ ବିଦ୍ୟାଳୟ ପରିସରକୁ ସଫା ନ କରିବା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସଓପିକୁ ଠିକ୍ ଭାବେ ଲାଗୁ ନ କରିବା ଏବଂ ଶ୍ରେଣୀ ପରିଚାଳନା ପାଇଁ ଉପଯୁକ୍ତ ଯୋଜନା ନ କରିବା କାରଣରୁ କାର୍ଯ୍ୟାନୁଷ୍ଠାନ ହୋଇଛି ।
କେଉଁ ହାଇସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ?
୧- ଏସ୍ଏମ୍ଆର୍ ହାଇସ୍କୁଲ, ଝାରବେଲଡା
୨- ସରକାରୀ ହାଇସ୍କୁଲ, ଖିରେଇଟାଙ୍ଗିରି
୩- ବିଶୋଇପାଟ ସରକାରୀ ହାଇସ୍କୁଲ, ଯାମୁନପୋଷି
୪- ପିଏମବି ହାଇସ୍କୁଲ, ବୋଲାଣିପୋଷି
୫- ଝାଳମଣି ହାଇସ୍କୁଲ, ଦେନୁଆଣ
BREAKING NEWS
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
Comments are closed.