Latest Odisha News

BREAKING NEWS

ଟିକା ସୁରକ୍ଷା ପାଇଁ ଜାରି ହେଲା ଏସଓପି, କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ଦେଶରେ ଆରମ୍ଭ ହୋଇପାରେ କରୋନା ଟିକାକରଣ । ତାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଡ୍ରାଏ ରନ୍ ହୋଇଛି । ଏବେ ଟିକାଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଏସଓପି ଜାରି ହୋଇଛି । ଆଜି ସବୁ ଜିଲ୍ଲା ଓ ମହାନଗର ନିଗମକୁ ଏସଓପିକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ବିଶେଷ କରି ତିନିଟି ଦିଗ ଟିକା ପରିବହନ, ରକ୍ଷଣାବେକ୍ଷଣ ଓ ଟିକାଦାନ କେନ୍ଦ୍ରରେ ଯେପରି ଟିକାଗୁଡ଼ିକ ସୁରକ୍ଷିତ ରହିବ ଓ ନଷ୍ଟ ହେବ ନାହିଁ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି ।

– ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଟିକାକୁ ବେଆଇନ  ଭାବେ ରଖିବା । ବିତରଣ ଓ ବିକ୍ରି ଆଇନ ଅନୁସାରେ ଏକ ଅପରାଧ ବିବେଚିତ ହେବ  । ଏଥିଲାଗି ଦୋଷୀମାନଙ୍କୁ ଦଣ୍ଡିତ କରାଯିବ ।

–  ଟିକାଗୁଡ଼ିକର ତଦାରଖ ପାଇଁ କୋ-ଓ୍ୱିନ ପୋର୍ଟାଲ ଗଠନ କରାଯାଇଛି । ପ୍ରତି ଟିକା ନାମ, ବ୍ୟାଚ୍ ନମ୍ବର, ଉତ୍ପାଦନ ତାରିଖ ଓ  ଇଲେକ୍ଟ୍ରୋନିକ ମାଧ୍ୟମରେ ଲିପିବଦ୍ଧ ରହିବ ।

– ଟିକା ଦିଆଯିବା ପରେ ଖୋଳଟିକୁ ଶୀତଳଭଣ୍ଡାର ପଏଣ୍ଚକୁ ଫେରସ୍ତ ଅଣାଯିବ ଓ ତାକୁ ସିପିସିବି ନିୟମ ଅନୁସାରେ ନଷ୍ଟ କରାଯିବ ।

– ଟିକା ପରିବହନ ଓ ରକ୍ଷଣାବେକ୍ଷଣ ଓ ଟିକାଦାନ କେନ୍ଦ୍ରରେ ଟିକାଗୁଡ଼ିକ ଯେପରି ସୁରକ୍ଷିତ ରହିବ ସେଥିଲାଗି ସୁରକ୍ଷା ବ୍ୟବସ୍ଥା କରାଯିବ ।

– ସୁରକ୍ଷା ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇପାରିବ ।

Leave A Reply

Your email address will not be published.