ଭୁବନେଶ୍ୱର: ବିଧାନସଭାରେ ଶୁକ୍ରବାର ଦିନ ବିଧାୟକଙ୍କ ଦରମା ବୃଦ୍ଧି ଏବଂ ପୂର୍ବତନ ସଦସ୍ୟଙ୍କ ପାଇଁ ପେନସନ ବଢାଇବାର ଦାବି ଜୋର ଧରିଛି। ଏହି ପ୍ରସଙ୍ଗ ସଭାର ‘ଶୂନ୍ୟ କାଳ’ରେ ଉଠିଥିଲା, ଯେଉଁଠାରେ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଏକଜୁଟ ହୋଇ ଏହାକୁ ସମର୍ଥନ କରିଛନ୍ତି।
ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ପଦ୍ମ ଲୋଚନ ପଣ୍ଡା ଏହି ବିଷୟରେ ତୁରନ୍ତ ସମୀକ୍ଷା କରିବାକୁ ଦାବି କରି ଆଲୋଚନାକୁ ଆହୁରି ଜୋରଦାର କରିଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଶାର ବିଧାୟକମାନଙ୍କ ମାସିକ ଦରମା ଦେଶର ଅନ୍ୟ ରାଜ୍ୟ ବିଧାନସଭାଗୁଡ଼ିକ ତୁଳନାରେ ବହୁତ କମ୍। ଏହି ଆର୍ଥିକ ଅସୁବିଧାକୁ ଅବ୍ୟବସ୍ଥାପିତ ବୋଲି କୁହାଯାଇଛି ଏବଂ ତୁରନ୍ତ ସଂଶୋଧନ ଆବଶ୍ୟକ ବୋଲି କୁହାଯାଇଛି।
ଉଦଳାର ବିଜେପି ବିଧାୟକ ଭାସ୍କର ମାଢ଼େଈ ଏକ ପୂର୍ବଗଠିତ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ସାଂସଦଙ୍କ ଦରମା ବୃଦ୍ଧି ହୋଇଥିବା ବେଳେ ବିଧାୟକଙ୍କୁ ନିଜ ଖର୍ଚ୍ଚ ଓ କର୍ମଚାରୀଙ୍କ ପାଇଁ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ପଡୁଛି। ଜିନିଷ ପତ୍ରର ମୂଲ୍ୟ ଆକାଶଛୁଆଁ ହେବା କାରଣରୁ ଜୀବନଧାରଣ ଖର୍ଚ୍ଚ ବଢିଛି। ସେ ପୂର୍ବରୁ ଏକ କମିଟିର ଅଧ୍ୟକ୍ଷ ଥାଇ ଏକ ରିପୋର୍ଟ ଦାଖଲ କରିଥିଲେ, ଯାହା ଆଧାରରେ ଦରମା ବୃଦ୍ଧି ହେବା ଉଚିତ ବୋଲି ବିଜେଡି ବିଧାୟକ ରମେଶ ବେହେରା ମତ ଦେଇଛନ୍ତି। ସେ ରାଜ୍ୟ ସରକାର ଏବଂ ବାଚସ୍ପତିଙ୍କୁ ଏ ନେଇ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି।
ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, “ପୂର୍ବତନ ବିଧାୟକ ହେଉ ବା ବର୍ତ୍ତମାନର ବିଧାୟକ, ସମସ୍ତେ ଖୁବ୍ କମ୍ ଦରମା ପାଉଛନ୍ତି। ଦରମା ବଢାଇଲେ ରାଜ୍ୟ କୋଷାଗାର ଖାଲି ହୋଇଯିବ ନାହିଁ। ତେଣୁ ସମସ୍ତଙ୍କ ଏକମତ ରହିଛି ଯେ ସରକାର ଏହି ଦାବିକୁ ଗ୍ରହଣ କରିବା ଉଚିତ।”
ସେହିପରି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ଉପରେ ଦାବି କରିଛନ୍ତି । ଓଡ଼ିଶା ଦେଶର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ତାଲିକାରେ ଓଡ଼ିଶାର ତାଲିକା ୨୫ ନମ୍ବରରେ ରହିଛି ବୋଲି ସେ କହିଛନ୍ତି। ଯେଉଁଭଳି ଭାବେ ସଂସସଦରେ ସାଂସଦ ଓ ପୂର୍ବତନ ସାଂସଦଙ୍କ ଦରମା ଓ ପେନସନ ବଢିଛି ସମାନ ଭାବେ ଓଡ଼ିଶା ବିଧାନସଭାରେ ହେଉ ବୋଲି ସେ ଦାବି କରିଛନ୍ତି ।
Comments are closed.