Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର : କଟକ ଜିଲ୍ଲାର ସାଲେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରକାଶ ବେହେରା ଶନିବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି । ସେ ଦୀର୍ଘ ୨୦ ବର୍ଷଧରି କଂଗ୍ରେସ ଦଳରେ ରହିଆସିଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କ ପ୍ରତି ଏଭଳି ବ୍ୟବହାର ଯୋଗୁଁ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତ ଯେ ଏନେଇ ଓପିସିସି ସଭାପତି ମଧ୍ୟ ତାଙ୍କ ଅଭିଯୋଗ ଶୁଣିନଥିଲେ ।

ଅନ୍ୟପକ୍ଷରେ ପ୍ରକାଶ ବିଜେପିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଥିବା ଜଣାପଡିଛି । ପୁର୍ବରୁ ପ୍ରକାଶ ବେହେରା ଶାସକ ଦଳ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହାକୁ ଖଣ୍ଡନ କରିଥିଲେ ।

Leave A Reply

Your email address will not be published.