Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ସାଲେପୁର ବିଧାୟକ

କଟକ: ରାଜ୍ୟରେ ଆଉ ଜଣେ ଲୋକ ପ୍ରତିନିଧି ଚିହ୍ନଟ ହେଲେ କରୋନା ପଜିଟିଭ । କଟକ ଜିଲା ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ।

ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ଓ ଗାଡିଚାଳକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ବିଧାୟକ ପ୍ରଶାନ୍ତ ବେହେରା ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ପ୍ରଶାନ୍ତ ବେହେରା କିଛିଦିନ ତଳେ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରୁ ସେ ଘରକୁ ଫେରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣେ ବ୍ୟକ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।ଯାହାଙ୍କଠାରୁ ବିଧାୟକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ଏହାପୂର୍ବରୁ ବାଲେଶ୍ଵର ନୀଳଗିରି ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Comments are closed.