Latest Odisha News

BREAKING NEWS

ଏନକାଉଣ୍ଟରରେ ଟଳିଲା କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟରେ କେସରେ ପୋଲିସକୁ ବଡ଼ ସଫଳତା । ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୁଖ୍ୟ ସହଯୋଗୀକୁ ଏନକାଉଣ୍ଟର କରିଛି ପୋଲିସ । ତା ନାଁ ଅମର ଦୁବେ । ଆଜି ସକାଳୁ ହମିରପୁରରେ ତାକୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶର ଏସଟିଏଫ୍ । ଅମର ଖସି ଯିବାକୁ ଚେଷ୍ଟ କରୁଥିଲା । ଏତିକିବେଳେ ତା ଉପରେ ଗୁଳି ଚଳାଇଥିଲା ପୋଲିସ ।

କାନପୁରରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିଲା ଅମର ଦୁବେ । ଅମର ଛାତ ଉପରୁ ପୋଲିସ ଉପରେ ଗୁଳି ଚଳାଇଥିଲା । ତା ମୁଣ୍ଡରେ ଥିଲା ୨୫ ହଜାର ଟଙ୍କାର ଅର୍ଥ ରାଶି ।

ସେପଟେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏଯାଏ ସୁରାକ ପାଇ ପାରିନି ଉତ୍ତରପ୍ରଦେଶ ପୋଲିସ । ତାକୁ ଖୋଜିବା କାମରେ ଲାଗିଛନ୍ତି ୪୦ଟି ଟିମ୍ । ଏସଟିଏଫ୍ ବି ଖୋଳତାଡ କରିବା ସହ ବିଭିନ୍ନ ସ୍ଥାନରେ ରେଡ ଚଳାଇଛି । ବିକାଶ ଦୁବେ ତାର ଅନ୍ୟ ସହଯୋଗୀ ବିଜନୋରରେ ଲୁଚିଥିବା ସୂଚନା ପାଇଛି ପୋଲିସ ।

Leave A Reply

Your email address will not be published.