Latest Odisha News

ସଲମାନ କୌଣସି ମୃଗ ଶିକାର କରିନାହାଁନ୍ତି କି ତାଙ୍କ ପାଖେ ବନ୍ଧୁକ ନାହିଁ: ସଲିମ ଖାନ

ମୁମ୍ବାଇ: ଏପଟେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ତଦନ୍ତ ଚାଲିଥିବା ବେଳେ ସେପଟେ ବଢ଼ିବାରେ ଲାଗିଛି ଅଭିନେତା ସଲମାନ ଖାନଙ୍କ ଉପରେ ବିପଦ l ସଲମାନ ଖାନଙ୍କୁ ବାରମ୍ବାର ଧମକ ମେସେଜ ଆସିବା ସହ ତାଙ୍କ ଉପରେ କଡା ନଜର ରଖିଛି ବିଷ୍ଣୋଇ ଗ୍ୟାଙ୍ଗ l ଯାହାକୁ ନେଇ ଅଭିନେତାଙ୍କ ପ୍ରଶଂସକଙ୍କ ଭିତରେ ଭୟ ସଂଚାର ହୋଇଛି l ଏହାରି ଭିତରେ ସଲମାନଙ୍କ ପିତା ସଲିମ ଖାନ ପୁଅକୁ ସୁରକ୍ଷା ଦେବା ପାଇଁ ଏକ ବଡ ଖୁଲାସା କରିଛନ୍ତି l ସେ କହିଛନ୍ତି ଲଗାତାର ଭାବେ ଧମକ ମିଳୁଥିବାରୁ ତାଙ୍କ ପରିବାରକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l

ସଲିମ ଖାନ ଦାବି କରିଛନ୍ତି ଯେ, ସଲମାନ କୃଷ୍ଣସାର ମୃଗକୁ ଶିକାର କରିନାହାଁନ୍ତି କି ତାଙ୍କ ପାଖରେ କୌଣସି ବନ୍ଧୁକ ନାହିଁ । ବାରମ୍ବାର ଧମକ ଦିଆଯିବ କାରଣରୁ ତାଙ୍କ ପୁରା ପରିବାର ଅସୁବିଧାରେ ପଡୁଛନ୍ତି l ସେପଟେ ଏକଥାକୁ ନେଇ ବିଷ୍ଣୋଇ ଗ୍ୟାଙ୍ଗର ପ୍ରତିକ୍ରିୟା ସାମ୍ନାକୁ ଆସିଛି l ସଲମାନ ଖାନ ଏବଂ ତାଙ୍କ ପରିବାର ଏକ ନମ୍ବର ମିଛୁଆ ବୋଲି କହିଛି ବିଷ୍ଣୋଇ ଗ୍ୟାଙ୍ଗ l ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ ପାଖରେ ମୃଗ ଶିକାରର ସବୁ ପ୍ରମାଣ ଅଛି ଏପରିକି କୋର୍ଟ ମଧ୍ୟ ତାଙ୍କୁ ଦଣ୍ଡିତ କରିଛି l କିନ୍ତୁ ନିଜ ଭୁଲ ନ ମାନିବା ଏହା ଖାନ ପରିବାରର ଦ୍ୱିତୀୟ ଅପରାଧ। ଏଥି ସହିତ ସଲମାନ ଖାନଙ୍କୁ ବିଷ୍ଣୋଇ ସମାଜ ଏବଂ ତାଙ୍କ ଭଗବାନଙ୍କ ଆଗରେ କ୍ଷମା ମାଗନ୍ତୁ l

ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆଗ ଅପେକ୍ଷା ବୃଦ୍ଧି କରାଯାଇଛି । ସେପଟେ ସଲମାନଙ୍କ ଫାର୍ମ ହାଉସକୁ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ରହିଛି । ସଲମାନ ଖାନ ଓ ତାଙ୍କର କିଛି ପରିବାର ସଦସ୍ୟଙ୍କୁ ପୂର୍ବର ମଧ୍ୟ ଧମକ ମିଳିଥିଲା । କୁଖ୍ୟାତ ଲରେନ୍ସ ବିଷ୍ନୋଇ ଗାଙ୍ଗ ତରଫରୁ ଏମିତି କରାଯାଉଛି ବୋଲି ନିଜେ ମାନିଥିଲା ଗାଙ୍ଗ । ତେବେ ୧୯୯୮ ମସିହାରେ ସଲମାନଙ୍କ ହାତରେ ଏକ ହରିଣର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଲରେନ୍ସ ସଲମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ଏପରି କରୁଛି ।

Leave A Reply

Your email address will not be published.