Latest Odisha News

BREAKING NEWS

ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ସୁପରହିଟ୍ ଯୋଡ଼ି ସଲମାନ-କାଟ୍ରିନା

ମୁମ୍ବାଇ: ଖୁବ୍‌ଶୀଘ୍ର ପରଦାରେ ନଜର ଆସିବେ ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫ୍ । ଦୀର୍ଘ ୪ ବର୍ଷ ପରେ ଏହି ଯୋଡ଼ିକୁ ପୁଣି ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି । ଉଭୟ ନିଜର ଚିତାକର୍ଷକ ଅଭିନୟ ମାଧ୍ୟମରେ ବକ୍ସ ଅଫିସରେ ରାଜ୍ ବି କରିଥାନ୍ତି । ବର୍ତ୍ତମାନ ରିଲିଜ ହେବାକୁ ଯାଉଥିବା ସଲମାନ ଏବଂ କ୍ୟାଟ୍ରିନାଙ୍କ ଅଭିନିତ ଫିଲ୍ମ ‘ଟାଇଗର-୩’ ନିଶ୍ଚିତ ଭାବରେ ବକ୍ସ ଅଫିସରେ କମାଲ ଦେଖାଇବ ବୋଲି ଆଶା କରାଯାଉଛି । କାରଣ ଲୋକମାନେ ଗତ ୬ ବର୍ଷ ଧରି ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି ।

ଦୀପାବଳି ଅବସରରେ ନଭେମ୍ବର ୧୦ ତାରିଖରେ ଫିଲ୍ମ ‘ଟାଇଗର-୩’ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିପାରେ ବୋଲି ଆଶା କରାଯାଉଛି । ଫିଲ୍ମ ଟାଇଗରର ପ୍ରଥମ ଭାଗ ଏବଂ ଦ୍ୱିତୀୟ ଭାଗ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟାଇଗର’ ’ହେଉଛି ଏକ ଆକ୍ସନ ଥ୍ରୀଲର ଫିଲ୍ମ । ୟଶରାଜ ଫିଲ୍ମ ଅଧୀନରେ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ଇମ୍ରାନ ହାସ୍‌ମୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ସଲମାନ ଏବଂ କ୍ୟାଟ୍ରିନାଙ୍କୁ ଶେଷ ଥର ପାଇଁ ୨୦୧୯ରେ ଫିଲ୍ମ ‘ଭାରତ’ରେ ଏକାଠି ଦେଖିବାକୁ ମିଳିଥିଲା । ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା ।

Comments are closed.