Latest Odisha News

ସଲମାନଙ୍କ ସହ ଫିଲ୍ମ କରିବେ ଅଟଲୀ

ମୁମ୍ବାଇ: ଜୱାନ ପରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀ କୁମାରଙ୍କ ପରବର୍ତୀ ହିନ୍ଦୀ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ରିପୋର୍ଟ ମୁତାବକ ଅଟଲୀ ଏବେ ସୁପରଷ୍ଟାର ସଲମାନ ଖାଁଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ୨ ହୀରୋ ଥିବା ଏହି ଫିଲ୍ମର କାହାଣୀ ସଲମାନଙ୍କୁ ବେଶ ପସନ୍ଦ ଆସିଛି । ସେ ଅଟଲୀଙ୍କୁ ସ୍କ୍ରିପ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି । ତେବେ ଏହି ଫିଲ୍ମରେ ସଲମାନଙ୍କ ଭୂମିକା କଣ ରହିବ ତାହା ସ୍ପଷ୍ଟ ହୋଇନି । ରିପୋର୍ଟ ଅନୁସାରେ ସଲମାନ ଏହି ଫିଲ୍ମ ପାଇଁ ବ୍ୟକ୍ତିଗତ ଭାବେ କମଲ ହାସନଙ୍କୁ ଅନୁରୋଧ କରିଛନ୍ତି । ଅଟଲୀଙ୍କ ଏହା ଷଷ୍ଠ ଫିଲ୍ମ ହେବ ।

ପ୍ରି ପ୍ରଡକ୍ସନ କାମ ଅକ୍ଟୋବରରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ଆସନ୍ତା ବର୍ଷ ଜାନୁୟାରୀରୁ ଏହାର ଶୁଟିଂ ଆରମ୍ଭ କରିବା ପାଇଁ ଅଟଲୀ ଚାହୁଁଛନ୍ତି । ସଲମାନ ଏବେ ଏଆର ମୁରୁଗାଦସଙ୍କ ସିକନ୍ଦର ଫିଲ୍ମରେ କାମ କରୁଛନ୍ତି । ନାଡିୟାଡୱାଲା ଗ୍ରାଣ୍ଡସନ ବ୍ୟାନର ଅଧୀନରେ ଏହା ନିର୍ମିତ ହେଉଛି । ରଶ୍ମିକା ମାନ୍ଧନା ଓ ସଲମାନ ଯୋଡିଙ୍କୁ ଦର୍ଶକ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ ।

Comments are closed.