Latest Odisha News

BREAKING NEWS

ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍

 

ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ସୁପରଷ୍ଟାର ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବିଗ୍ ବସ୍ ଓ୍ୱିକେଣ୍ଡ କି ୱାରରେ ତାଙ୍କୁ ଦେଖିବାକୁ ମିଳିବ । ବିଗ୍ ବସ୍ ସୁଟିଂ କରୁଥିବା ସଲମାନଙ୍କ ଡ୍ରାଇଭର ଓ ଦୁଇ ଜଣ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ସଲମାନ ଆଇସୋଲେସନରେ ରହିଛନ୍ତି । ସଲମାନ ନିଜର କୋଭିଡ୍ ଟେଷ୍ଟ କରିଥିଲେ । ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସଲମାନଙ୍କ ସହ ତାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ପରୀକ୍ଷା କରାଇଥିଲେ । ସଲମାନଙ୍କ ପରିବାର ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି ।

କିଛି ଦିନ ତଳେ ସଲମାନ ଫିଲ୍ମ ‘ରାଧେ’ର ସୁଟିଂ ଆରମ୍ଭ କରିଛନ୍ତି । ଏଥିରେ ସଲମାନଙ୍କ ଅପୋଜିଟରେ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିବ । ପ୍ରଭୁଦେବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଅନେକ ବଲିଉଡ୍ ସେଲିବ୍ରିଟି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସଲମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କ ଫ୍ୟାନ୍ ଆଶ୍ବସ୍ତ ହୋଇଛନ୍ତି । ମୁମ୍ବାଇରେ କରୋନା ସଂକ୍ରମଣ ସବୁଠୁ ଅଧିକ ଥିଲା । ସଂକ୍ରମଣ କମିଥିଲେ ବି ବିପଦ ସଂପୂର୍ଣ୍ଣ ଟଳିନାହିଁ । କରୋନା ସଂକ୍ରମିତ ହୋଇଥିବା ସଲମାନଙ୍କ ଡ୍ରାଇଭର ଓ ଷ୍ଟାଫ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.