Latest Odisha News

BREAKING NEWS

ଘରୁ ମିଳିଲା ଲୋକପ୍ରିୟ ଆମେରିକାନ୍ ଗାୟକ ବବି ବ୍ରାଉନଙ୍କ ୨୮ ବର୍ଷର ପୁତ୍ରର ମୃତ ଦେହ

ଲସ ଆଞ୍ଜେଲ୍ସ: ଆମେରିକାର ଲୋକପ୍ରିୟ ଗାୟକ ବବି ବ୍ରାଉନ (୫୧ ବର୍ଷ)ଙ୍କ ପୁତ୍ର ଜୁନିୟର ବ୍ରାଉନଙ୍କ ମୃତ ଦେହ ବାସ ଭବନରୁ ମିଳିଛି । ସ୍ଥାନୀୟ ସମୟ ଅନୁସାରେ ଦ୍ୱିପ୍ରହର ୧ଟା୫୦ ବେଳେ ୨୮ ବର୍ଷୀୟ ବବି ଜୁନିୟରଙ୍କ ମୃତ ଦେହ ଘରୁ ମିଳିଥିଲା । ସେ ବବି ବ୍ରାଉନ ଓ କିମ୍ ବୋର୍ଡଙ୍କ ପୁତ୍ର ଥିଲେ । ସେ ଅତ୍ୟଧିକ ନିଶା ସେବନ କରୁଥିଲେ । ଏଥିଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ପୋଲିସ ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଇଛି ।

୨୦୧୨ରେ ବବି ବ୍ରାଉନଙ୍କ ପତ୍ନୀ ତଥା ଖ୍ୟାତନାମା ଗାୟିକା ହ୍ୱିଟନୀ ହାଉସନଙ୍କ ମୃତ ଦେହ ହୋଟେଲର ବାଥ ଟବରୁ ମିଳିଥିଲା । ୨୦୧୫ରେ ତାଙ୍କର ଝିଅ କ୍ରିଷ୍ଟିନା ବ୍ରାଉନ ଆଟଲାଂଟା ସ୍ଥିତ ଘରୁ ମୃତ ଅବସ୍ଥାରେ ମିଳିଥିଲେ । ପୋଲିସ ସମସ୍ତ ଘଟଣା ଦୁର୍ଭାଗ୍ୟବଶତଃ ଘଟିଥିବା ଉଲ୍ଲେଖ କରିଛି । ଏଥିରେ କୌଣସି ଷଡଯନ୍ତ୍ର ନାହିଁ ରିପୋର୍ଟରେ ସ୍ପଷ୍ଟ କରିଛି ।

Leave A Reply

Your email address will not be published.