Latest Odisha News

କିକର ସୀକ୍ୱେଲ ଉପରେ କାମ ଆରମ୍ଭ କରିବେ ସାଜିଦ

ମୁମ୍ବାଇ: ୨୦୧୪ରେ ରିଲିଜ ହୋଇଥିବା ସଲମାନ ଖାଁ ଅଭିନୀତ କିକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଡେଭିଲ ଭୂମିକାରେ ସଲମାନଙ୍କୁ ଦର୍ଶକ ପସନ୍ଦ କରିଥିଲେ । ଏବେ ଏହାର ସୀକ୍ୱେଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ମାତା ସାଜିଦ ନାଡିୟାଡୱାଲା ଦର୍ଶକଙ୍କ ଚାହିଦା ଦେଖି ଏହାର ସୀକ୍ୱେଲ ପାଇଁ ମନ ବଳାଇଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତେବେ ୨୦୨୫ରୁ ଏହା ଫ୍ଲୋରକୁ ଯାଇପାରେ । ଅବଶ୍ୟ ନିର୍ମାତା କିମ୍ବା ସଲମାନଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ସାଜିଦ ଏବେ ଦୁଇ ବଡ ବଜେଟ ଫିଲ୍ମରେ ବ୍ୟସ୍ତ ଅଛନ୍ତି ।

ଏହି ଦୁଇଟି ଫିଲ୍ମ ହେଲା ଏଆର ମୁରୁଗଦାସ ନିର୍ଦ୍ଦେଶିତ ଓ ସଲମାନ ଅଭିନୀତ ସିକନ୍ଦର ଏବଂ ଅକ୍ଷୟ କୁମାରଙ୍କ ହାଉସଫୁଲ ୫ । ସାଜିଦଙ୍କ ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବାରୁ ସେ କିକର ସୀକ୍ୱେଲ ଆରମ୍ଭ କରିବା ପୂର୍ବରୁ ସ୍କ୍ରିପ୍ଟ ଉପରେ ପ୍ରଥମେ ଧ୍ୟାନ ଦେବେ । ଏହା ପରେ ସବୁ କିଛି ଚୂଡାନ୍ତ ହେବ ବୋଲି ତାଙ୍କର ଜଣେ ନିକଟତମ ନିର୍ଦ୍ଦେଶକ କହିଛନ୍ତି ।

Comments are closed.