Latest Odisha News

BREAKING NEWS

ଆଗକୁ ଆସିବ ‘ଟାଇଗର ୪’, ଘୋଷଣା କଲେ ସଲମାନ

ମୁମ୍ବାଇ: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ୍ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରିବା ଫଳରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି । ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଦେଶ ତଥା ବିଶ୍ୱର ବହୁ ବିଶିଷ୍ଠ ବ୍ୟକ୍ତି ଅହମଦାବାଦ୍ ଆସିଥିଲେ । ବଲିଉଡର ଭାଇଜାନ୍ ସଲମାନ ଖାନ ମଧ୍ୟ ‘ଟାଇଗର ୩’ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିିଥିଲେ । ଉଭୟ ‘ଟାଇଗର ୩’ର ପ୍ରମୋସନ ପାଇଁ ଆସିଥିଲେ । ଏହି ସମୟରେ ସଲମାନ ଖାନ ଏକ ବଡ଼ ଘୋଷଣା କରିଛନ୍ତି । ସେ କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି । ତାଙ୍କର ନୂଆ ଚଳଚ୍ଚିତ୍ର ‘ଟାଇଗର ୪’ର ଘୋଷଣା କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ।

ବାସ୍ତବରେ ‘ଟାଇଗର ୩’ର ପ୍ରମୋସନ ସମୟରେ କ୍ୟାଟ୍ରିନା କ୍ରିକେଟର ବିରାଟ କୋହଲିଙ୍କ ଖେଳକୁ ଖୁବ୍ ପ୍ରଶଂସା କରୁଥିଲେ । ଏହି ସମୟରେ ସଲ୍‌ମାନ ‘ଟାଇଗର ୪’ର ଘୋଷଣା କରିଥିଲେ । ସଲମାନ ଖାନ କହିଛନ୍ତି, ‘‘ଆପଣ ‘ଟାଇଗର ୧’ରୁ ନେଇ ‘ଟାଇଗର ୩’ ପର୍ଯ୍ୟନ୍ତ ଦେଖିଲେଣି । ତାହା ପୁଣି ମତେ ୫୭ ବର୍ଷ ବୟସ ହୋଇଥିବା ବେଳେ । ମୋତେ ୬୦ ବର୍ଷ ହେଲେ ‘ଟାଇଗର ୪’ ଆସିବ ବୋଲି ଅପେକ୍ଷା କରି ରହନ୍ତୁ ।’’

Leave A Reply

Your email address will not be published.