ମୁମ୍ବାଇ: ରିଲିଜ୍ ହୋଇଯାଇଛି ବଲିଉଡ ଭାଇଜାନଙ୍କ ବହୁ ପ୍ରତିକ୍ଷିତ ସିନେମା ‘ସିକନ୍ଦର’ର ଟ୍ରେଲର । ଆସନ୍ତା ଇଦ୍ରେ ରିଲିଜ୍ ହେବାକୁ ଥିବା ସଲମାନ ଖାନଙ୍କ ସିକନ୍ଦରର ଟ୍ରେଲର ରବିବାର ରିଲିଜ୍ ହୋଇଯାଇଛି । ପୂର୍ବ ସିନେମା ଭଳି ଏଥର ମଧ୍ୟ ଭାଇ ଏଥିରେ ଦମଦାର ଚରିତ୍ରରେ ନଜର ଆସିଥିବା ବେଳେ, ସେ ଏହି ଫିଲ୍ମରେ ମଧ୍ୟ ଜଣେ ବହୁତ କମ୍ ବୟସ୍କ ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ । ଯାହାକୁ ନେଇ ୟୁଜର୍ସ ପ୍ରଶ୍ନ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ସଲମାନ । ଯାହା ସମାଲୋଚକଙ୍କ ପାଟି ବନ୍ଦ କରିଦେଇଛି ।
ସିକେନ୍ଦରରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ନିଜର ଆସିବେ ରଶ୍ମିକା ମନ୍ଦନା । ଯିଏକି ସଲମାନଙ୍କ ଠାରୁ ବୟସରେ ୩୧ ବର୍ଷ ସାନ । ଯାହାକୁ ନେଇ ଇଣ୍ଟରନେଟରେ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ନେଇ ଟ୍ରେଲର ରିଲିଜ ପ୍ରେସମିଟ ସମୟରେ ସଲମାନ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ଅନେକ କହୁଛନ୍ତି, ହିରୋଇନ ଏବଂ ମୋ ମଧ୍ୟରେ ୩୧ ବର୍ଷର ପାର୍ଥକ୍ୟ ରହିଛି । ଯଦି ହିରୋଇନର ଏଥିରେ କୌଣସି ସମସ୍ୟା ନାହିଁ କିମ୍ବା ହିରୋଇନଙ୍କ ବାପାଙ୍କର ବି କୌଣସି ସମସ୍ୟା ନାହିଁ, ତେବେ ତୁମର କାହିଁକି ଏତେ ସମସ୍ୟା ବୋଲି ପ୍ରଶ୍ନ କରିଛନ୍ତି ସଲମାନ । ଯାହାକୁ ଶୁଣି ହସିଉଠିଥିଲେ ପୂରା ମିଡିଆ ସଦସ୍ୟ ।
ଖାଲି ସେତିକି ନୁହେଁ ଏହାକୁ ନେଇ ସଲମାନ ଆହୁରି ବି କହିଥିଲେ ଯେ, ଯେତେବେଳେ ରଶ୍ମିକା ବିବାହ କରିବେ ଏବଂ ତାଙ୍କର ଏକ ଝିଅ ଜନ୍ମ ହେବ ଏବଂ ସେ ବି ଏକ ଦିନେ ଏକ ବଡ଼ ଷ୍ଟାର ହେବେ, ସେତେବେଳେ ମଧ୍ୟ ଆମେ ଏକାଠି କାମ କରିବୁ । ଆଉ ମୁଁ ନିଶ୍ଚିତ ସେତେବେଳେ ମଧ୍ୟ ମାଆ ଭାବେ ତାଙ୍କ(ରଶ୍ମିକା) ଅନୁମତି ପାଇବୁ । ଏହା କହି ସମାଲୋଚକଙ୍କୁ ନିଜ ଅନ୍ଦାଜରେ ଚୁପ୍ କରାଇଥିଲେ ଭାଇଜାନ୍ ।
ତେବେ କହିରଖୁଛୁ, ଆସନ୍ତା ଇଦରେ, ଅର୍ଥାତ୍ ମାର୍ଚ୍ଚ ୩୦ରେ ସିନେମା ହଲକୁ ଆସିବାକୁ ଯାଉଛି ସିକନ୍ଦର । ପୁଣି ଥରା ଶୁକ୍ରବାର ନୁହେଁ ସୁପର ସଣ୍ଡେରେ ନିଜର ସିନେମା ଆଣିବାକୁ ଯାଉଛନ୍ତି ସଲମାନ୍ । ୨୦୨୩ରେ ମଧ୍ୟ ସଲମାନ ଖାନଙ୍କ ଟାଇଗର ୩ ରବିବାର ଦିନ ମୁକ୍ତିଲାଭ କରିଥିଲା । ଏଥିସହିତ ସାଜିଦ ନାଡିଆଡୱାଲାଙ୍କ ନାଡିଆଡୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରଯୋଜିତ ସିନେମା ସିକନ୍ଦରରେ ସଲମାନ ଖାନ ଏବଂ ରଶ୍ମିକାଙ୍କ ବ୍ୟତୀତ, କାଜଲ ଅଗ୍ରୱାଲ, ସତ୍ୟରାଜ ଏବଂ ଶର୍ମନ ଜୋଶୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
Comments are closed.