Latest Odisha News

ଏହି ଫିଲ୍ମରେ ସଲମାନ କରିବେ କ୍ୟାମିଓ

ମୁମ୍ବାଇ: ସଲମାନ ଖାଁ ଏବେ ସିକନ୍ଦର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୨୦୨୫ରେ ରିଲିଜ ହେବ ବୋଲି ସମ୍ଭାବନା ରହିଛି । ଏକ ରିପୋର୍ଟ ଅନୁସାରେ ସଲମାନ କେତେଗୁଡିଲ ଫିଲ୍ମରେ କ୍ୟାମିଓ କରିବାକୁ ଯାଉଛନ୍ତି । ସିଙ୍ଘମ ଏଗେନରେ ତାଙ୍କ ଭୂମିକା ଦର୍ଶକଙ୍କୁ ଚକିତ କରିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ସଂଘମ ଏଗେନରେ ତାଙ୍କୁ ତାଙ୍କ ଚିରାଚରିତ ଚୁଲବୁଲ ପାଣ୍ଡେ ଭୂମିକାରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଅବଶ୍ୟ ଫିଲ୍ମ ରିଲିଜ ହେବା ପରେ ଏହା ସ୍ପଷ୍ଟ ହେବ ।

ଗତ ବର୍ଷ ସେ ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମରେ କ୍ୟାମିଓ କରିଥିଲେ ଯାହା କି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଡିସେମ୍ବର ୨୫ରେ ରିଲିଜ ହେବାକୁ ଥିବା ବରୁଣ ଧାୱନଙ୍କ ଆକ୍ସନ ପ୍ୟାକଡ ବେବୀ ଜନରେ ସଲମାନଙ୍କୁ ଦେଖିବାକୁ ମିଳିବ । ସେହିପରି ସନୀ ଦେଓଲଙ୍କ ସଫର ଫିଲ୍ମରେ ଏବଂ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନ ଖାଁଙ୍କ ଷ୍ଟାରଡମରେ ମଧ୍ୟ ଭାଇଜାନଙ୍କୁ କ୍ୟାମିଓ ଭୂମିକାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.