Latest Odisha News

BREAKING NEWS

ସଲମାନଙ୍କ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ: ଚେତାବନୀ ଦେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ପୁଣି ଚର୍ଚ୍ଚାରେ । ଗତ କିଛି ଦିନ ହେବ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ବେଳେ ଏବେ ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସଲମାନଙ୍କ ଟିମ୍ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କିଛି ଲୋକ ସଲମାନଙ୍କ ଫିଲ୍ମରେ କାମ ଦେବାକୁ କହି ଲୋକଙ୍କୁ ଠକୁ ଥିବାର ଅଭିଯୋଗ ହୋଇଛି । ପରେ ଏନେଇ ସଲମାନଙ୍କ ଟିମ୍ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି ।

ଏହି ବିବୃତିରେ ସ୍ପଷ୍ଟ କରାଯାଇଛି ଯେ, ସଲମାନ ଖାନ କିମ୍ବା ତାଙ୍କ ପ୍ରଯୋଜନା ସଂସ୍ଥା ବର୍ତ୍ତର୍ମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରୁନାହାଁନ୍ତି । ଆମେ କୌଣସି ଏଜେଣ୍ଟଙ୍କୁ ନିଯୁକ୍ତି ବି ଦେଇନାହୁଁ । ଯଦି କୌଣସି ଏଜେଣ୍ଟ ଅଭିନୟର ଅଫର ସହ ଆପଣଙ୍କୁ ଇମେଲ କିମ୍ବା ମେସେଜ ପଠାଉଛନ୍ତି ତେବେ ଏହ ଉପରେ ଭରସା କରନ୍ତୁ ନାହିଁ । ଯଦି କେହି ସଲମାନ ଖାନ କିମ୍ବା ତାଙ୍କ ପ୍ରଯୋଜନା ସଂସ୍ଥାର ନାମକୁ ବ୍ୟବହାର କରିବ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ଏବେ ତାଙ୍କର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

Leave A Reply

Your email address will not be published.