Latest Odisha News

BREAKING NEWS

୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲେଟ ହେବ ନିଲାମ

ଲଣ୍ଡନ: ୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲୋଟ ନିଲାମ ହେବ । ଆପଣମାନେ ଭାବୁଥିବେ ଏହି ଏକ୍ସପାୟରୀ ଚକୋଲେଟକୁ କିଏ ବା କିଣିବ ? ତେବେ ଏହାର ନିଲାମ କରୁଥିବା କମ୍ପାନୀର କହିବା ଅନୁସାରେ ଚକୋଲେଟ ବାବଦକୁ ଅତି କମରେ ୧୦୦ରୁ ୧୫୦ ଡଲାର ମିଳିବ । ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୬ରୁ ୨୦ ହଜାର ହେବ । ଏହି ଚକୋଲେଟକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଉଛି ଆସନ୍ତୁ ଜାଣିବା । ୧୦୯୨ରେ କିଙ୍ଗ ଏଡୱାର୍ଡ ୭ ଓ କ୍ୱିନ ଏଲେଜେଣ୍ଡ୍ରାଙ୍କ ରାଜକୀୟ ସମ୍ମାନ ପ୍ରଦାନ କରାଯିବା ବେଳେ ପିଲାମାନଙ୍କୁ ଚକୋଲେଟ ବଂଟା ଯାଇଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ୯ ବର୍ଷୀୟ ମ୍ୟାରୀ ଏହାକୁ ଦାୟିତ୍ୱ ସହକାରେ ରଖିଥିଲା ।

ପରେ ତାଙ୍କ ପରିବାର ଲୋକ ମଧ୍ୟ ଏହାକୁ ଯତ୍ନ ସହକାରେ ଆଜି ପର୍ଯ୍ୟନ୍ତ ରଖିଛନ୍ତି । ଏବେ ସେମାନେ ଏହି ଚକୋଲେଟକୁ ବିକ୍ରି କରିବାକୁ ଚାହୁଁଛନ୍ତି । ମ୍ୟାରୀଙ୍କ ନାତୁଣୀ ୭୨ ବର୍ଷୀୟା ଜୀନ ଥମ୍ପସନ ହ୍ୟାନସେନର ନିଲାମକର୍ତାଙ୍କ ପାଖରେ ପଂହଚିଥିଲେ । ସେମାନେ ଏହାର ସତ୍ୟତା ଅନୁଧ୍ୟାନ କରିବା ପରେ ନିଲାମ କରିବା ପାଇଁ ରାଜି ହୋଇଛନ୍ତି । ୧୨୧ ବର୍ଷ ତଳର ଚକୋଲେଟକୁ ଅବଶ୍ୟ କେହି ଖାଇବେନି । ମାତ୍ର ଏବେବି ଏହି ଚକୋଲେଟରୁ ଏକ ମନଲୋଭା ବାସ୍ନା ଆସୁଛି ।

Leave A Reply

Your email address will not be published.