ମୁମ୍ବାଇ: ବଲିଉଡରେ ୩୫ ବର୍ଷ ପୂରଣ କଲେ ଅଭିନେତା ସଲମାନ ଖାଁ । ଏନେଇ ସେ ଏକ ଭିଡ଼ିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଭିଡ଼ିଓରେ ତାଙ୍କ ଫିଲ୍ମର କିଛି ଦୃଶ୍ୟ ରହିଥିବା ବେଳେ କିଛି ପ୍ରସିଦ୍ଧ ସଂଳାପ ଏବଂ ଗୀତ ଷ୍ଟେପ୍ ରହିଛି । ଆଉ କ୍ୟାପସନରେ ଲେଖିଛନ୍ତି- ୩୫ ବର୍ଷ ୩୫ ଦିନ ଭଳି ଲାଗୁଛି । ଏହା କେବଳ ସମ୍ଭବ ହୋଇଛି ଆପଣଙ୍କ ଭଲପାଇବା ପାଇଁ । ସେଥିଲାଗି ଆପଣମାନଙ୍କୁ ଧନ୍ୟବାଦ ।
୧୯୮୮ ମସିହାରେ ବଲିଉଡ଼ର ଭାଇଜାନ ସଲମାନ ଖାଁ ଫିିଲ୍ମ‘ବିବି ହୋତୋ ଐସି’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ସେ ମୈନେ ପ୍ୟାର କିୟା, ବାଗି, ସନମ ବୱୋଫା, ପଥର କେ ଫୁଲ, ସାଜନ , ଆଦି ଫିଲ୍ମରେ ଅଭିନୟ କରିଥିଲେ । ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଛନ୍ତି । ସଲମାନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସେ ‘ବିଗ ବସ ଓଟିଟି ୨’ ହୋଷ୍ଟ କରୁଛନ୍ତି । ଆଗକୁ ସେ ଫିଲ୍ମ ‘ଟାଇଗର ୩’ରେ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ନଭେମ୍ବର ୧୦ ତାରିଖରେ ରିଲିଜ୍ ହେବ ।
ସଲମାନଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଅନେକ ମତ ଦେଇଛନ୍ତି । ଅନେକ ଲେଖିଛନ୍ତିି- ଏଠାରେ ଆଉ ଜଣେ ସଲମାନ ଖାନ ଜନ୍ମ ନେଇପାରିବେ ନାହିଁ । ସେହିପରି ଆଉ କିଛି ପ୍ରଶଂସକ ଲେଖିଛନ୍ତି- ବଲିଉଡରେ ୩୫ବର୍ଷ ପୂରଣ କରିଥିବାରୁ ଅଭିନନ୍ଦନ ଏବଂ ଆମକୁ ମନୋରଞ୍ଜନ ଦେଇଥିବାରୁ ଅନେକ ଧନ୍ୟବାଦ ।
Comments are closed.