ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନଙ୍କୁ ରିପୋର୍ଟର ଦେଲେ ବିବାହ ପ୍ରସ୍ତାବ । ତାହାପୁଣି ସମସ୍ତଙ୍କ ସାମ୍ନାରେ । ଏହାର ଉତ୍ତର ମଧ୍ୟ ମଜାଳିଆ ଢଙ୍ଗରେ ଦେଇଥିଲେ ସଲମାନ । ରିପୋର୍ଟର ତାଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସଲମାନ ଏବେ ଆବୁଧାବିରେ ଅଛନ୍ତି । ନିକଟରେ ତାଙ୍କୁ ଆଇଆଇଏଫଏ ୨୦୨୩ରେ ଦେଖିବାକୁ ମିଳିଥିଲା । ସେଠାରେ ଜଣେ ମହିଳା ରିପୋର୍ଟର ସମସ୍ତଙ୍କ ଆଗରେ ବିବାହ ପ୍ରସ୍ତାବ ଦେଇଥିଲେ । ସଙ୍ଗେ ସଙ୍ଗେ ସଲମାନ ତାଙ୍କ ପ୍ରତିକ୍ରିୟା ମଜାଳିଆ ଢଙ୍ଗରେ ଦେଇଥିଲେ । ସଲ୍ମାନଙ୍କୁ ବହୁତ ଭଲପାଆନ୍ତି ବୋଲି ରିପୋର୍ଟର ଜଣକ କହିଥିଲେ । ସଲମାନ ଥଟ୍ଟା କରି ତୁମେ ଶାହାରୁଖ୍ ଖାନ୍ଙ୍କ ବିଷୟରେ କହୁଛ ବୋଲି କହିଥିଲେ । ତା’ପରେ ରିପୋର୍ଟର ଜଣକ ନା ନା ମୁଁ ସଲ୍ମାନ ଖାନ୍ଙ୍କ ବିଷୟରେ କହୁଛି ବୋଲି କହିଥିଲେ । ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି ।
Comments are closed.