Latest Odisha News

BREAKING NEWS

କରୋନାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଯୁବକକୁ ସାହାଯ୍ୟର ହାତ ବଢାଇଲେ ସଲ୍‌ମାନ

ମୁମ୍ବାଇ: ଦେଶରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ଅନେକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ତେବେ ଖବର ଅନୁଯାୟୀ ଅଭିନେତା ସଲମାନ ଖାନ କରୋନାରେ ନିଜ ପପରିବାରକୁ ହରାଇଥିବା ଜଣେ ୧୮ ବର୍ଷୀୟ ବାଳକକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ସଲ୍‌ମାନ କର୍ଣ୍ଣାଟକର ଜଣେ ୧୮ ବର୍ଷର ବାଳକକୁ ସହାୟତାର ହାତ ବଢାଇଛନ୍ତି। ଉକ୍ତ ବାଳକଟିର ପିତା କରୋନା ମୃତ୍ୟୁବରଣ କରିବା ପରେ ଏକମାତ୍ର ରୋଜଗାରକ୍ଷମ ମଣିଷକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ସଦସ୍ୟ।

ବାଳକ ଟ୍ୱିଟରକୁ ଯାଇ ସଲମାନ ଖାନଙ୍କୁ ସାହାଯ୍ୟ ଲୋଡିଥିଲେ। ଯୁବ ସେନା ନେତା ରାହୁଲ ଏସ କନଲଙ୍କ ପୋଷ୍ଟ ମାଧ୍ୟମରେ ସଲ୍‌ମାନ ଏହି ବାଳକ ବିଷୟରେ ଜାଣିଥିଲେ।

ସଲମାନ କହିଛନ୍ତି ଏହି ଛୋଟ ପିଲାଟିର ଉନ୍ନତି ପାଇଁ ଯାହା ଆବଶ୍ୟକ ତାହା ଯୋଗାଇଦେବୁ। ଏହାପରେ ସଲ୍‌ମାନଙ୍କ ଏହି ପଦକ୍ଷେପ ବେଶ୍‌ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.