Latest Odisha News

BREAKING NEWS

ରାଜଧାନୀରେ ଧରାପଡିଲେ ଲୁଟେରା ଗ୍ୟାଙ୍ଗ !

ଭୁବନେଶ୍ୱର: କମିଶନରେଟ୍ ପୋଲିସ ହାତରେ ଧରାପଡିଲେ ଲୁଟ୍ ଓ ଡକାୟତି ମାମଲାରେ ଜଡିତ ବହୁମୁଖୀ ପ୍ରତିଭାଧାରୀ ଲୁଟେରା । ଚଳିତବର୍ଷ ଜାନୁଆରୀ ମାସଠାରୁ ଗିରଫ ୫ ଅଭିଯୁକ୍ତ ରାଜଧାନୀ ଭୁବନେଶ୍ୱର ଓ କଟକରେ ଚଳାଇଥିଲେ ଲୁଟ୍‌ତରାଜ । ଗିରଫ ହେବା ପରେ ସେମାନଙ୍କ ବିରୋଧରେ ୨୫ରୁ ଅଧିକ ଅପରାଧିକ ମାମଲା ଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତମାନେ ଛିନ୍‌ତାଇ, ଲୁଟ୍ ଓ ଡକାୟତି ଭଳି ସଙ୍ଗୀନ ମାମଲାରେ ଜଡିତ ରହିଛନ୍ତି । ତନାଘନାରୁ ଜଣାପଡିଛି ଅଭିଯୁକ୍ତମାନେ ଖଣ୍ଡଗିରି ସ୍ଥିତ ଏକ ଗହଣା ଦୋକାନରୁ ୧୪ କି.ଗ୍ରା ରୂପା ଅଳଙ୍କାର ଚୋରି କରି ଚମ୍ପଟ୍ ମାରିଥିଲେ । ଏହି ଅପରାଧକୁ ବାଦ୍ ଦେଲେ ସେମାନଙ୍କ ବିରୋଧରେ କଟକ ଓ ଭୁବନେଶ୍ୱରରେ ଚେନ୍ ଛଡାଇନେବା ଭଳି ୨୦ଟି ମାମଲା ରହିଛି ।

ଗିରଫ ଅଭିଯୁକ୍ତ ହେଲେ ବାଣୀବିହାରର ଆଖଣ୍ଡଳମଣୀ ବସ୍ତି ବାସିନ୍ଦା ଗଣେଷ ପୃଷ୍ଟି ଓ ଶଙ୍କର ଦାସ । ସେହିଭଳି ଅନ୍ୟଜଣେ ଅଭିଯୁକ୍ତ ଜଗା ଓରଫ ଜଗବନ୍ଧୁ ସ୍ୱାଇଁ ମହାକାଳପଡାରେ ରହୁଥିବା ଜଣାପଡିଛି । ପଚରାଉଚରାରୁ ଜଣାପଡିଛି ଲୁଟ୍ ମାଲ୍‌କୁ ବିକିବା ପାଇଁ ଅଭିଯୁକ୍ତଙ୍କୁ ଭିଙ୍ଗାରପୁର ଶାସନର ସୁଶାନ୍ତ ଗୁରୁ ଓ ସୁଦାମ ନାୟକ ନାମକ ଦୁଇଜଣ ବ୍ୟକ୍ତି ସହଯୋଗ କରୁଥିଲେ ।

ସମସ୍ତ ଅଭିଯୁକ୍ତଙ୍କଠାରୁ ୨୦୦ଗ୍ରାମ ସୁନା ଚେନ୍‌, ୬.୨କି.ଗ୍ରା ରୂପା ଅଳଙ୍କାର, ନଗଦ ୧୩ ହଜାର ୬୦୦ ଟଙ୍କା, ଗୋଟିଏ ପଲସର ବାଇକ, ଗୋଟିଏ ହୋଣ୍ଡା ଆକ୍ଟିଭା, ଭୁଜାଲି ଓ କଟୁରୀ ସମେତ ଘର କିମ୍ବା ଦୋକାନ ତାଡିବାକୁ ବ୍ୟବହାର ହୋଇଥିବା ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

Leave A Reply

Your email address will not be published.