Latest Odisha News

ଆଇସୋଲେସନରେ ସଲମାନ ଖାନ

ମୁମ୍ୱାଇ: ଆଇସୋଲେସନରେ ବଲିଉଡ୍ ଅଭିନେତା ସଲମାନ ଖାନ । ତାଙ୍କର ତିନି ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ସେ ପୃଥକବାସରେ ଥିବା ଜଣା ପଡିଛି । ସଂକ୍ରମିତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଡ୍ରାଇଭର । ସେମାନେ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସଂକ୍ରମଣ ଆଶଙ୍କା କରି ପ୍ରତିକାତ୍ମକ ପଦକ୍ଷେପ ଭାବରେ ସଲମାନ ଆଇସୋଲେସନରେ ଥିବା କୁହାଯାଉଛି । ଏହାବ୍ୟତୀତ ତାଙ୍କ ପରିବାରର ସଦସ୍ୟମାନେ ମଧ୍ୟ ୧୪ ଦିନ ପୃଥକବାସରେ ରହିଥିବା ସୂଚନା ମିଳିଛି । ତେବେ ଏସମ୍ପର୍କରେ ସଲମାନ୍ ଖାନ୍ କିମ୍ବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଏଯାଏ ବିଧିବଦ୍ଧ ସୂଚନା ଦେଇ ନାହାନ୍ତି ।

ଅନଲକ ପରେ ବିଭିନ୍ନ ସୁଟିଂ ଆରମ୍ଭ କରିଛନ୍ତି ସଲମାନ ଖାନ୍ । ଏବେ ଆଇସୋଲେସନରେ ରହୁଥିବାରୁ ତାଙ୍କ କାମ ସାମାନ୍ୟ ବାଧାପ୍ରପ୍ତ ହୋଇପାରେ । ସଲମାନ ଏବେ ଟେଲିଭିଜନର ସବୁଟୁ ଲୋକପ୍ରିୟ ରିଆଲିଟି ସୋ ‘ବିଗ୍ ବସ୍’ରେ ହୋଷ୍ଟିଂ କରୁଛନ୍ତି ।

Leave A Reply

Your email address will not be published.