Latest Odisha News

BREAKING NEWS

ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ପେନୀୟ ଦମ୍ପତି

କୋରାପୁଟ: ରାସ୍ତା କଡରୁ ଉଦ୍ଧାର ହୋଇଥିବା ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସ୍ପେନୀୟ ଦମ୍ପତି।

ସୂଚନା ଅନୁଯାୟୀ ପାଖାପାଖି ୨ ବର୍ଷ ହେବ କୋରାପୁଟ ପ୍ରଶାସନ ଦ୍ବାରା ରାସ୍ତାକଡରୁ ଏକ ଶିଶ ପୁତ୍ରକୁ ଉଦ୍ଧାର କରାଯାଇଥିଲା। ଯାହା ପରେ ତାକୁ ଆଣି ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖିଥିଲେ ପ୍ରଶାସନ।

ନିସନ୍ତାନ ଥିବା ସ୍ପେନୀୟ ଦମ୍ପତି ଭାରତରୁ ଏକ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେଉଁଥିପାଇଁ ସେମାନେ ଅନଲାଇନରେ ଆବେଦନ ମଧ୍ୟ କରିଥିଲେ। ଏନେଇ ପ୍ରକ୍ରିୟା ସମାପ୍ତ ହେବା ପରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଏକ ଆଇଡିଏସରୁ ସନ୍ତାନ ଗ୍ରହଣ ପାଇଁ ଚୂଡାନ୍ତ ହୋଇଥିଲା।

ଆହୁରି ମଧ୍ୟ ସମସ୍ତ କାଗଜପତ୍ର କାମ ସରିବା ପରେ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଉପସ୍ଥିତିରେ ସେମାନଙ୍କୁ ଶିଶୁ ପୁତ୍ରକୁ ହସ୍ତାନ୍ତର କରାଯାଇଥିଲା। ଯାହା ପରେ ଉଭୟ ଦମ୍ପତି ସ୍ପେନ୍ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.