ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାଁ ଓ ଲୋକପ୍ରିୟ ନିର୍ମାତା କରଣ ଜୋହରଙ୍କ ଦି ବୁଲ ଫିଲ୍ମକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା । ଟାଇଗର ୩ ପରେ ପ୍ରଶଂସକମାନେ ସଲମାନଙ୍କ ଏହି ଫିଲ୍ମ ନେଇ ବେଶ ଉତ୍ସାହିତ ହୋଇ ପଡିଥିଲେ । ତେବେ ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମ ଏବେ ସଙ୍କଟରେ ପଡିଛି । ବିଗ ବଜେଟ ଯୋଗୁ କରଣ ଏହି ଫିଲ୍ମକୁ ଏବେ ସାମୟିକ ଭାବେ ରୋକି ଦେଇଛନ୍ତି । ସଲମାନ ଓ କରଣଙ୍କ ମଧ୍ୟରେ ଅର୍ଥକୁ ନେଇ ବିବାଦ ସୃଷ୍ଟି ହେବା ଯୋଗୁ ଫିଲ୍ମ ଆରମ୍ଭରେ ବିଳମ୍ବ ହେବାରେ ଲାଗିଛି । ସଲମାନଙ୍କ ସହ କରଣ ବ୍ୟାକ ଆଣ୍ଡ ଡିଲ ସାଇନ କରିବାକୁ ଚାହୁଁଥିଲେ ।
ମାତ୍ର ସଲମାନ ଅଗ୍ରଣୀ ଅର୍ଥ ମାଗିବାରୁ କରଣ ବିଗିଡି ଯାଇଛନ୍ତି । ତେବେ ଏହି ଖବରର ସତ୍ୟତା ନେଇ କରଣ କିମ୍ବା ସଲମାନଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଫିଲ୍ମର ବଜେଟକୁ କମାଇବା ପାଇଁ ମେକର୍ସ ସଲମାନ କିଛି ଦିନ ସମୟ ମାଗିଛନ୍ତି । ଏହା ପରେ ଫିଲ୍ମ ଆରମ୍ଭ କରାଯିବ କି ନାହିଁ ତାହା ଚୂଡାନ୍ତ ହେବ ।
Comments are closed.