Latest Odisha News

BREAKING NEWS

ପ୍ରଥମ ପ୍ରେମକୁ କିଏ ବା ଭୂଲିପାରେ, ପୁଣି ଚର୍ଚ୍ଚାରେ ସଲମାନ-ସଙ୍ଗୀତା

ମୁମ୍ବାଇ: ପ୍ରଥମ ପ୍ରେମକୁ କିଏ ବା ଭୂଲିପାରେ । ସେ ଶିହୀରଣ ଓ ଉନ୍ମାଦନା ସବୁବେଳେ ମନରେ ଚଂଚଳତା ସୃଷ୍ଟି କରିଥାଏ । ଆଉ ଏଥିରୁ ଭାଇଜାନ ସଲମାନ ଖାଁ ବା କିପରି ବାଦ ପଡିଥାନ୍ତେ । ସଲମାନଙ୍କ ୫୭ତମ ଜନ୍ମ ଦିବସ ପାଳନ ଅବସରରେ ଏକ ଭବ୍ୟ ପାର୍ଟିର ଆୟୋଜନ କରାଯାଇଥିଲା । ବହୁତ ବଡ ବଡ ଷ୍ଟାର ଆସିଥିଲେ । ତେବେ ସଲମାନଙ୍କ ନଜର ଅଟକି ଯାଇଥିଲା ସଙ୍ଗୀତା ବିଜଲାନୀଙ୍କ ପାଖରେ… । ପରିଣତ ବୟସରେ ବି ସଲମାନ ବିଚଳିତ ହୋଇ ପଡିଥିଲେ । ସଙ୍ଗୀତାଙ୍କୁ ପାର୍ଟିରେ ସାମିଲ କରାଇବା ସହ ସସମ୍ମାନେ କାର ପାଖକୁ ଛାଡିବା ପାଇଁ ନେଇଥିଲେ । ବିଦାୟ ସମୟରେ ଭାବ ପ୍ରବଣତାକୁ ସମ୍ଭାଳି ନ ପାରି ସଲମାନ ତାଙ୍କ କପାଳରେ ଚୁମ୍ବନ ଦେଇଥିଲେ । ଏହି ଖବର କଣ ମିଡିଆ ଆଖିରୁ ଲୁଚି ପାରିଥାନ୍ତା କି ?

କିଛି ଦିନ ତଳେ କରଣ ଜୋହରଙ୍କ ଶୋରେ ସଲମାନ ସ୍ୱୀକାର କରିଥିଲେ ସେ ସଙ୍ଗୀତାଙ୍କୁ ଭଲ ପାଉଥିଲେ । ଏପରିକି ଉଭୟଙ୍କ ବିବାହ ଏକ ପ୍ରକାର ସ୍ଥିର ହୋଇ ଯାଇଥିଲା । ସୋମୀ ଅଲୀ ଓ ସଲମାନଙ୍କ ସମ୍ପର୍କର ଧୂଆଁ ଏହି ବାହାଘର ଭାଙ୍ଗି ଦେଇଥିଲା । ଦୀର୍ଘ ଦିନ ପରେ ବି ସେମାନଙ୍କ ମନରେ ଏବେ ବି ଲିଭି ନ ଥିବା ପ୍ରେମ ଦକ ଦକ ହେଉଛି ।

Leave A Reply

Your email address will not be published.