Latest Odisha News

BREAKING NEWS

ପୋଲିସ ପରେ ସ୍ପାଏ ଅବତାରରେ ଆସୁଛନ୍ତି ଦବଙ୍ଗ ଖାନ ସଲମାନ୍

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ସୁପରଷ୍ଟାର ସଲମାନଙ୍କ ଫିଲ୍ମ ଅନ୍ତିମ୍ । ବକ୍ସ ଅଫିସରେ ଏହି ଫିଲ୍ମକୁ ମିଳିଛି ଅପୂର୍ବ ସଫଳତା । ଅନ୍ତିମକୁ ବାଦ୍ ଦେଲେ ଟାଇଗର୍‌-୩ ମଧ୍ୟ ପାଇପ୍ ଲାଇନରେ ରହିଛି । ଫିଲ୍ମ ଟାଇଗର ସିରିଜରେ ସଲମାନ RAW ଏଜେଣ୍ଟ ଭାବେ ନଜର ଆସିଥିଲେ । ତେବେ ଆଗାମୀ ଦିନରେ ତାଙ୍କୁ ରିଅଲ୍ ଲାଇଫ୍ ଏଜେଣ୍ଟ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ ।

ଭାରତର ରିଅଲ୍ ଲାଇଫ୍ ଏଜେଣ୍ଟ ରବିନ୍ଦ୍ର କୌଶିକ । ଖାସ ଏହି ବୀର ସନ୍ତାନଙ୍କୁ ନେଇ ସଲମାନଙ୍କ ଭଉଣୀ ଅଲଭିରା ଓ ଭିଣୋଇ ଅତୁଲ୍ ଅଗ୍ନିହୋତ୍ରୀ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିରେ ଏଜେଣ୍ଟ କୌଶିକ ଅବତାରରେ ନଜର ଆସିବେ ସୁପରଷ୍ଟାର ସଲ୍ଲୁ ମିୟାଁ ।

ପ୍ରାୟ ତିନି ଦଶନ୍ଧି ପରେ ସଲମାନ କୌଣସି ରିଅଲ୍ ଲାଇଫ୍ କିର୍ଦାରରେ ନଜର ଆସିବେ । ରେଟ୍ରୋ ଥିମ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କ ଚୟନ ଅଦ୍ୟାବଧି ଆରମ୍ଭ ହୋଇନାହିଁ । ଶୁଣିବାକୁ ମିଳିଛି ଏହି ଫିଲ୍ମରେ କୁଆଡେ ସଲମାନଙ୍କ ସହ ଜଣେ ପୁରୁଣା ତଥା ଜଣାଶୁଣା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ ।

ଅନ୍ୟପଟେ ଏଜେଣ୍ଟ କୌଶିକଙ୍କୁ ଭାରତର ଶ୍ରେଷ୍ଠ ଗୁଇନ୍ଦା ଅଫିସର ଭାବେ ବିବେଚନା କରାଯାଇଛି । ବ୍ଲାକ ଟାଇଗର ଭାବେ ପରିଚିତ ଏଜେଣ୍ଟ କୌଶିକ ଅଭିନୟରେ ମଧ୍ୟ ରୁଚି ରଖୁଥିଲେ । ଥିଏଟରରେ ତାଙ୍କ ନିଖୁଣ ଅଭିନୟକୁ ଦେଖି ଗୁଇନ୍ଦା ସଂସ୍ଥା RAW ତାଙ୍କୁ ଚିହ୍ନଟ କରିଥିଲା । ଦେଶର ସ୍ୱାର୍ଥ ପାଇଁ ତାଙ୍କୁ ପାକିସ୍ତାନ ପ୍ରେରଣ କରାଯାଇଥିଲା । ସେଠାରେ ସେ ଏଲଏଲବି ପାସ୍ କରିବା ସହ ପାକିସ୍ତାନୀ ସେନାରେ ଯୋଗ ଦେଇଥିଲେ । ୧୯୭୯ରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେ ପାକିସ୍ତାନର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାରତୀୟ ପ୍ରତିରକ୍ଷା ବିଭାଗକୁ ପ୍ରେରଣ କରିଥିଲେ ।

Comments are closed.