Latest Odisha News

BREAKING NEWS

ପୁଣି ଏକାଠି ହେବେ ବଲିଉଡର ହିଟ୍ ଯୋଡ଼ି ସଲମାନ ଓ ସୂରଜ…

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରିୟ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ମଧ୍ୟରୁ ଜଣେ ହେଉଛନ୍ତି ସଲମାନ ଖାନ ଏବଂ ସୂରଜ ବରଜାତ୍ୟା। ଦୁହେଁ ପୁଣି ଥରେ ଏକାଠି ହେବାକୁ ସଜବାଜ ହେଉଛନ୍ତି।

୯୦ ଦଶକରୁ ଏହି ଯୋଡ଼ି ‘ହମ୍ ଆପକେ ହେ କୌନ୍’, ‘ହମ୍ ସାଥ୍ ସାଥ୍ ହେ’ ଏବଂ ‘ପ୍ରେମ୍ ରତନ ଧନ ପାୟୋ’ ଭଳି ପାରିବାରିକ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛନ୍ତି। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଏବେ ଏହି ଯୋଡ଼ି ଏକ ନୂଆ ପାରିବାରିକ ଡ୍ରାମା ଏବଂ ପ୍ରେମ କାହାଣୀ ସହ ଫେରିବାକୁ ଯାଉଛନ୍ତି।

ସୂରଜ ବରଜାତ୍ୟା ଏକ ସାକ୍ଷାତକାରରେ ସୂଚନା ଦେଇ କହିଛନ୍ତି ଯେ ଏହି ଫିଲ୍ମ ମାଧ୍ୟମରେ ସେ ପୁଣି ଥରେ ସେହି ପାରିବାରିକ ପରିବେଶ, ସରଳତା ଏବଂ ଛୋଟଛୋଟ ମୁହୂର୍ତ୍ତରେ ଲୁଚି ରହିଥିବା ଖୁସିକୁ ଦେଖାଇବାକୁ ଚେଷ୍ଟା କରିବେ।ଯାହା ତାଙ୍କ ଫିଲ୍ମର ପରିଚୟ ହୋଇରହିଛି। ତାଙ୍କ ମତରେ ଆଜିବି ଦର୍ଶକ ଏପରି କାହାଣୀ ସହିତ ଯୋଡ଼ି ହୁଅନ୍ତି ଯାହା ହୃଦୟରୁ ବନାଯାଏ ଏବଂ ଯେଉଁଥିରେ ସମ୍ପର୍କର ଉଷ୍ମତା ଥାଏ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଲମାନ ଖାନଙ୍କ ପାଇଁ ଫିଲ୍ମ ଲେଖିବା ଏଥର ଏକ ଚ୍ୟାଲେଞ୍ଜ ହେବ। କାରଣ ସେ ଚାହାଁନ୍ତି ଯେ ତାଙ୍କ ଚରିତ୍ର ପୂର୍ବଭଳି ମଜାଦାର ଶୈଳୀରେ ହେଉ, କିନ୍ତୁ ତାଙ୍କ ବୟସ ଅନୁସାରେ ଟିକେ ପରିପକ୍ୱ ଦେଖାଯାଉ। ତେବେ ଫିଲ୍ମର ଆନୁଷ୍ଠାନିକ ଘୋଷଣା ନଭେମ୍ବରରେ କରାଯିବ।

ସଲମାନ ଖାନ ଏବଂ ସୂରଜ ବରଜାତ୍ୟାଙ୍କ ଶେଷ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ ୨୦୧୫ରେ ଆସିଥିଲା, ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା। ଏହି ଫିଲ୍ମରେ ସଲମାନଙ୍କୁ ଏକ ରାଜପରିବାରର ଉତ୍ତରାଧିକାରୀ ଭାବରେ ଦେଖିବାକୁ ମିଳିଥିଲା। ଆଉ ସୋନମ କପୁର ତାଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଥିଲେ।

 

Comments are closed.