Latest Odisha News

BREAKING NEWS

ମୁମ୍ବାଇର ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ସଲମାନ; ଭିଡିଓ ଭାଇରାଲ

ମୁମ୍ବାଇ: ଦେଶରେ କରୋନା କାୟା ମେଲାଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରେକର୍ଡ ହେଉଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ମହା ସରକାର ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି।

ଲକ୍‌ଡାଉନ୍‌ ସମୟରେ ମେଡିକାଲ ଏବଂ ପୋଲିସ୍ କର୍ମଚାରୀ, ବିଏମସି କର୍ମଚାରୀ ଏବଂ କ୍ଲିନର୍ସ ଭଳି ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀମାନେ ଏଭଳି କଠିନ ସମୟରେ ସହରକୁ ସୁସ୍ଥ ଓ ପରିଚ୍ଛନ ରଖିବାକୁ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ଏଭଳି ଏକ କଠିନ ସମୟରେ ସଲମାନ ଖାନ ଏହି ସମସ୍ତ ଆଗଧାଡିର କର୍ମଚାରୀଙ୍କୁ ସହାୟତାର ହାତ ବଢାଇଛନ୍ତି। ଅଭିନେତା ସଲ୍‌ମାନ ଖାନ ଆଗଧାଡିର କର୍ମଚାରୀଙ୍କ ସୁସ୍ଥ ଭୋଜନ ଆବଣ୍ଟନ କରୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ଶିବସେନାର ଯୁବ ୱିଙ୍ଗ – ଏହି ସଂଗଠନକୁ କାର୍ଯ୍ୟକାରୀ କରୁଥିବା ଯୁବ ସେନାର ମୂଳ କମିଟି ସଦସ୍ୟ ରାହୁଲ କନଲ କରିଛନ୍ତି ଯେ ସଲ୍‌ମାନ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ପଠାଯାଉଥିବା ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, “ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ସଲମାନ ଭାଇଙ୍କର ଯଥେଷ୍ଟ ସମ୍ମାନ ରହିଛି। ସଲ୍‌ମାନଙ୍କ ମା ମଧ୍ୟ ତାଙ୍କ ଘର ବାହାରେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ହାତ ତିଆରି ଟିଫିନ ପଠାଇଥାନ୍ତି। ତେଣୁ ସଲମାନ ଭାଇ ଭାବିଲେ ଯେହେତୁ ଲକଡାଉନ୍ ଚାଲିଛି ଏବଂ ଏହି କର୍ମୀମାନେ ୨୪ ଘଣ୍ଟା କାମରେ ନିୟୋଜିତ ଅଛନ୍ତି, ଆମେ ସେମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍ ପଠାଇବା ଆରମ୍ଭ କରିବା ଉଚିତ।

Comments are closed.