Latest Odisha News

ଲାଇଗର ଫ୍ଲପ ହେବା ସତ୍ୱେ ପୁରୀ ଜଗନ୍ନାଥଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ବିଜୟ ଦେବରକୋଣ୍ଡ ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ଫ୍ଲପ ହେବା ପରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ବଡ ବଡ ହୀରୋ ରାଜି ହେଉ ନାହାନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାଁ ତାଙ୍କ ସହ ଏକ ଫିଲ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଆକ୍ସନ ଫିଲ୍ମ ହେବ । ପୁରୀଙ୍କ ସ୍କ୍ରିପ୍ଟ ଶୁଣିବା ପରେ ସଲମାନ ଏଥିରେ କାମ କରିବା ନେଇ ସହମତି ପ୍ରକାଶ କରିଛନ୍ତି ।

ଖୁବ ଶୀଘ୍ର ଅନ୍ୟ ଷ୍ଟାର କାଷ୍ଟ ଏବଂ ରିଲିଜ ନେଇ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି କୁହାଯାଇଛି । ଲାଇଗର ଫ୍ଲପ ହେବା ପରେ ପୁରୀଙ୍କ ସହ କାମ କରିବା ପାଇଁ ବିଜୟ ରାଜି ହୋଇ ନ ଥିବା ଖବର ପ୍ରକାଶ ପାଇଛି । ସଲମାନଙ୍କ ଏଂଟ୍ରି ହେବା ପରେ ଫିଲ୍ମର ଚାହିଦା ବୃଦ୍ଧି ପାଇଛି ।

Leave A Reply

Your email address will not be published.