Latest Odisha News

ଗୋବିନ୍ଦଙ୍କ ଆତ୍ମହତ୍ୟା କରୁଥିବା ଦେଖି ଡାକ ପକାଇଥିଲେ ସାଥୀ କଏଦୀ

ବଲାଙ୍ଗିର: ଗଛରେ ନୁହେଁ, ଝରକାରେ ଗାମୁଛା ବାନ୍ଧି ଝୁଲି ପଡିଥିଲେ ଗୋବିନ୍ଦ । ଆତ୍ମହତ୍ୟା କରିବା ସମୟରେ ଜଣେ କଏଦୀ ଦେଖିଥିଲେ । ସେ ପାଟି କରି ଅନ୍ୟମାନଙ୍କୁ ମଧ୍ୟ ଡାକିଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟରେ  ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି । ଆସିଛି ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର  ପ୍ରାଥମିକ ତଦନ୍ତ ରିପୋର୍ଟ  ।  ରିପୋର୍ଟ ପ୍ରଦାନ କରିଛନ୍ତି ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନା  । ହେଡ କ୍ୱାଟର ଜେଲ ଡିଆଇଜି ଶୁଭକାନ୍ତ ମିଶ୍ରଙ୍କ ନିକଟକୁ ଆସିଲା ୪ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ।

ପାରିପାର୍ଶ୍ଠିକ ସ୍ଥିତିକୁ ଦେଇ ପ୍ରସ୍ତୁତ କରାଯାଇଛି  ତଦନ୍ତ ରିପୋର୍ଟ । ଏହି ରିପୋର୍ଟରେ ରହିଛି ଗୋବିନ୍ଦ ସାହୁ ମୃତ୍ୟୁର ବିଭିନ୍ନ ଦିଗ  । ଗୋବିନ୍ଦ ସାହୁ କେମିତ ଆତ୍ମହତ୍ୟା କଲା,  ଆତ୍ମହତ୍ୟା ସମୟରେ କିଏ କିଏ ଉପସ୍ଥିତ ଥିଲେ ସେ ନେଇ ସବିଶେଷ  ତଥ୍ୟ ରହିଛି ତଦନ୍ତ ରିପୋର୍ଟରେ ।   ୱାଡର ଅକ୍ଷୟ ମହାନ୍ତିଙ୍କ  ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ରିପୋର୍ଟରେ  କୁହାଯାଇଛି।  ଏହି ଘଟଣା ପରେ ୱାଡର ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି।

ରିପୋର୍ଟରେ କୁହାଯାଇଛି,  ଗୋବିନ୍ଦ ସାହୁ ଗତକାଲି ଦିନ ସାଢେ ଦଶଟାରୁ ୧୧ଟା  ମଧ୍ୟରେ ଆତ୍ମହତ୍ୟା କରିଥିଲେ । ସେ ଝରକାରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି ।  ଆତ୍ମହତ୍ୟା କରିବା ସମୟରେ ଜଣେ କଏଦୀ ଦେଖିଛନ୍ତି। ସେ ପାଟି କରି ଅନ୍ୟମାନଙ୍କୁ ଡାକିଛନ୍ତି।   ଏ ବିଷୟରେ ମଧ୍ୟ ରିିପୋର୍ଟରେ କୁହାଯାଇଛି ।

ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହର କଣ୍ଟାବାଞ୍ଜି ଜିଲ୍ଲାରେ ଗତକାଲି ଆତ୍ମହତ୍ୟା କରିଛନ୍ତି  । ଏହା ଆତ୍ମହତ୍ୟା ନୁହେଁ ବରଂ ଏହା ଏକ  ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ବିରୋଧୀ । ଏପରି କି ଗୋବିନ୍ଦଙ୍କ ପତ୍ନୀ ମଧ୍ୟ ଗୋବିନ୍ଦଙ୍କୁ ଏକ ହତ୍ୟା କରାଯାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.