Latest Odisha News

BREAKING NEWS

ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ସଲମାନ, କରୁଛନ୍ତି ବହୁତ ପରିଶ୍ରମ

ମୁମ୍ବାଇ: ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ଏହି ଚରିତ୍ରରେ ତାଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ । ଏଥିପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଯେଉଁଥିରେ ସେ ପାରାମିଲିଟାରୀ ଅଫିସର ଭୂମିକାରେ ଅଭିନୟ କରିବେ ।ଦୀର୍ଘ ସମୟ ପରେ ସଲମାନ ଏକ ଫିଲ୍ମ ବାଛିଛନ୍ତି, ଯାହା ତାଙ୍କୁ ତାଙ୍କ ଚେହେରା ବଦଳାଇବାକୁ ପ୍ରେରଣା ଯୋଗାଉଛି । ସେ ଏହି ଫିଲ୍ମ ପାଇଁ ଏକ ନୂଆ ଲୁକ ଲାଗି ଚେଷ୍ଟା ଚଳାଇଛନ୍ତିା ଯେଉଁଥିପାଇଁ ସେ ଜିମରେ କଠିନ ପ୍ରଶିକ୍ଷଣ ନେଉଛନ୍ତି । ଏଥିସହ ତାଙ୍କ ଡାଏଟକୁ ନେଇ ମଧ୍ୟ ବହୁତ ସଚେତନ ହୋଇ ଯାଇଛନ୍ତି । ଏହି ଭୂମିକା ପାଇଁ ତାଙ୍କ ଶରୀର ବେଷ୍ଟ ଶେପକୁ ଆସିବା ଜରୁରୀ । ଏଥିଲାଗି ସେ ଅଧିକାଂଶ ସମୟ ଜିମ୍‌ରେ କାଟୁଛନ୍ତି ।ଏହି ପରିବର୍ତ୍ତନ ସେ ତାଙ୍କ ଫିଲ୍ମ ସୁଲତାନ ପାଇଁ ଯାହା କରିଥିଲେ ତାହା ଏବେ ସମାନ ହେବ । କିଛି ମାସ ତଳେ ରିଲିଜ୍ ହୋଇଯାଇଥିବା ଫିଲ୍ମ କିସି କା ଭାଇ କିସି କି ଜାନ ର ପ୍ରତିକ୍ରିୟା ଦେଖିବା ପରେ ସେ ଏକ ନୂଆ କ୍ଷେତ୍ରରେ ପ୍ରୟାସ କରିବାକୁ ଆଗ୍ରହ ଦେଖାଇଛନ୍ତି ।

ଏହି ଫିଲ୍ମଟି ମାଲଦ୍ୱୀପରେ ୧୯୮୮ରେ ହୋଇଥିବା ଆକ୍ରମଣ ଉପରେ ଆଧାରିତ । ଏହି ଅପରେସନ ସମୟରେ ଭାରତୀୟ ସେନା ବ୍ୟବସାୟୀ ଅବଦୁଲ୍ଲା ଲୁଥଫିଙ୍କ ନେତୃତ୍ୱରେ ଏକ ମାଲଦ୍ୱୀପ ଗୋଷ୍ଠୀ ସରକାରଙ୍କୁ ବହିଷ୍କାର କରିବା ଉଦ୍ୟମକୁ ଖଣ୍ଡନ କରିଥିଲେ । ସଲମାନ ଏହି ଫିଲ୍ମରେ ମିଶନର ନେତୃତ୍ୱ ନେଉଥିବାର ନଜର ଆସିବେ । ଏହି ଫିଲ୍ମ ସହିତ ସେ ଫିଲ୍ମ ‘କୁଛ କୁଛ ହୋତା ହୈ’ ର ନିର୍ମାତା କରଣ ଜୋହରଙ୍କ ସହ ଏକାଠି ହେଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନ ।

Leave A Reply

Your email address will not be published.