Latest Odisha News

BREAKING NEWS

ଏଥର ୮ ଦିନ ପାଇଁ ବାଲିଯାତ୍ରା, ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ହେବ ଯାତ୍ରାର ମୁଖ୍ୟ ଆକର୍ଷଣ

କଟକ: କଟକର ଐତିହାସିକ ବାଲିଯାତ୍ରା ଏଥର ୮ ଦିନ ପାଇଁ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ, ସିଏମସି ଏବଂ ସହରର ଅନ୍ୟ ହିତାଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବାଲିଯାତ୍ରା ପ୍ରସ୍ତୁତି ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ଅନୁଯାୟୀ, ଚଳିତବର୍ଷ ମହାନଦୀ ପଠାରେ ୮ ଦିନ ପାଇଁ ବାଲିଯାତ୍ରା ଆୟୋଜନ କରାଯିବ। ବୈଠକରେ ବାଲିଯାତ୍ରା ସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଅନୁପାଳନ ପୂର୍ବକ ସମ୍ପାଦନ କରିବା ସହ ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ରାସ୍ତାଘାଟ ମରାମତି, ବାଲିଯାତ୍ରା ପଡିଆର ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ପଲିଶ୍ରୀ ମେଳାର ଆୟୋଜନ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଛି।

ମହାମାରୀ କରୋନା ଯୋଗୁଁ ୨ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା। କିନ୍ତୁ ୨ ବର୍ଷର ବିରତି ପରେ ବର୍ଷ ୨୦୨୨ ରୁ ସହରରେ ଐତିହାସିକ ବାଲିଯାତ୍ରା ପୁଣିଥରେ ଆରମ୍ଭ ହୋଇଛି। ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ମେଳାରେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ ସାମିଲ ହେବେ। ଏଥର ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି। ତେବେ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋର ଆୟୋଜନ କରାଯାଇଛି।

Leave A Reply

Your email address will not be published.