Latest Odisha News

BREAKING NEWS

ଭାଣିଜିଙ୍କ ଡେବ୍ୟୁ ଫିଲ୍ମ ‘ଫରେ’ର ପୋଷ୍ଟର ସେୟାର କଲେ ବଲିଉଡ଼ ଭାଇଜାନ

ମୁମ୍ବାଇ: ବଲିଉଡ଼ରେ ଡେବ୍ୟୁ କରୁଛନ୍ତି ଭାଇଜାନ ସଲମାନ ଖାନଙ୍କ ଭାଣିଜି ଅଲିଜେହ ଅଗ୍ନିହୋତ୍ରୀ। ସଲମାନଙ୍କ ପ୍ରଡକ୍ସନ କମ୍ପାନୀରେ ନିର୍ମିତ ଫିଲ୍ମ ‘ଫରେ’ ସହିତ ଆଲିଜେହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନ ଦେଇଛନ୍ତି ଓଡ଼ିଆ ନିର୍ଦ୍ଦେଶକ। ନିକଟରେ ଫିଲ୍ମର ଟିଜର ମଧ୍ୟ ରିଲିଜ୍ ହୋଇଯାଇଛି। ଆଜି ଫିଲ୍ମର ପୋଷ୍ଟର ସେୟାର କଲେ ସଲମାନ ଖାନ୍। ସଲମାନ ଖାନ ଫିଲ୍ମସ ବ୍ୟାନରରେ ଏହି ଫିଲ୍ମଟି ନିର୍ମିତ ହୋଇଛି। ଆସନ୍ତାକାଲି ଏହି ଫିଲ୍ମର ଟ୍ରେଲର ରିଲିଜ ହେବ।

ବର୍ତ୍ତମାନ ଫିଲ୍ମର ଟିଜର ଏବଂ ରିଲିଜ ତାରିଖ ଘୋଷଣା କରାଯାଇଛି। ସଲମାନ ଖାନ୍ ନିଜେ ଭଣିଜି ଆଲିଜେହଙ୍କ ଫିଲ୍ମର ଟ୍ରେଲର ଏବଂ ରିଲିଜ ତାରିଖ ଘୋଷଣା କରିଛନ୍ତି। ଆଲିଜେହ ଅଗ୍ନିହୋତ୍ରୀଙ୍କ ମାମୁଁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା‘ଫରେ’ର ନୂଆ ପୋଷ୍ଟରରେ ଆଲିଜେହଙ୍କ ସମେତ ଆଉ ତିନି କଳାକାରଙ୍କ ଝଲକ ଦେଖିବାକୁ ମିଳିଛି। ଆଲିଜେହ ଅଗ୍ନିହୋତ୍ରୀଙ୍କ ବ୍ୟତୀତ ‘ଫରେ’ରେ ସୋମେନ୍ଦ୍ର ପାଘି, ସାହିଲ ମେହେଟ୍ଟା, ଜେନ ଶ, ପ୍ରସନ୍ନ ବିଷ୍ଟ, ରୋନିତ ବୋଷ ରୟ, ଜୁହି ବାବର ସୋନି ଏବଂ ନବୀନ ୟର୍ନେନି ଭଳି ଷ୍ଟାର ଅନ୍ତର୍ଭୁକ୍ତ।

ଏହି ଫିଲ୍ମ ନଭେମ୍ବର ୨୪ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଏହି ଫିଲ୍ମକୁ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ସୁମେନ୍ଦ୍ର ପାଢି ନିର୍ଦ୍ଦେଶନା ଦେଇଛନ୍ତି, ଯିଏକି ପୂର୍ବରୁ ‘ଜମତାରା’ ୱେବ୍ ସିରିଜ ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇଛନ୍ତି ଏବଂ ପାଇଁ ବହୁତ ପ୍ରଶଂସା ପାଇଛନ୍ତି। ଓଡ଼ିଆ ଡିରେକ୍ଟର ସୌମେନ୍ଦ୍ର ପାଢୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଭରିରହିଛି ଥ୍ରୀଲର ଏବଂ ସସପେନ୍ସ। ସ୍କୁଲ ପିଲାଙ୍କୁ ନେଇ ଫିଲ୍ମର ପୁରା କାହାଣୀ ଗତିଶୀଳ। ପରୀକ୍ଷାରେ ଚିଟିଂ ଉଦ୍ୟମ ଆଉ ପରବର୍ତ୍ତୀ ଘଟଣାକ୍ରମର ଝଲକ ଟିଜରରେ ଦେଖିବାକୁ ମିଳିଛି। ଫିଲ୍ମର ଟିଜରକୁ ସଲମାନଙ୍କ ଫ୍ୟାନମାନେ ବହୁତ ପସନ୍ଦ କରିଛନ୍ତି।

Comments are closed.