Latest Odisha News

BREAKING NEWS

ଅନୀସ ବଜମିଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ଅନୀସ ବଜମିଙ୍କ ଆଗାମୀ କମେଡି ଫିଲ୍ମରେ ଅଭିନୟ କରିବେ ବଲିଉଡର ଭାଇଜାନ ସଲମାନ ଖାଁ । ଏଥିରେ ସେ ପ୍ରେମ ଭୂମିକାରେ ଅବତୀର୍ଣ୍ଣ ହେବେ । କ୍ୟାରିୟରରେ ୧୫ତମ ଥର ପାଇଁ ସଲମାନଙ୍କ ସ୍କ୍ରିନ ନାମ ପ୍ରେମ ହେବାକୁ ଯାଉଛି । ପୂର୍ବରୁ ଅନୀସଙ୍କ ରେଡୀ ଓ ନୋ ଏଂଟ୍ରି ଫିଲ୍ମରେ ସଲମାନ ଅଭିନୟ କରି ସାରିଛନ୍ତି ।

ଟାଇଗର୩ର ଶୁଟିଂ ଶେଷ ହେବା ପରେ ସଲମାନ ଏହି ଫିଲ୍ମର ପେପରୱାର୍କ କାମ ସାରିବେ । ଏହା ପରେ ସ୍କ୍ରିପ୍ଟ ପଢ଼ି ଭାଇଜାନ ଚୂଡାନ୍ତ ନିଷ୍ପତି ନେବେ । ସଲମାନ ଏବେ ଟାଇଗର ୩ ବ୍ୟତୀତ କଭି ଇଦ କଭି ଦିୱାଲୀ ଓ ଅନ୍ତିମ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Comments are closed.