Latest Odisha News

BREAKING NEWS

ମହାନ ଫୁଟବଲ ଖେଳାଳି ଗର୍ଡ ମୁଲରଙ୍କ ପରଲୋକ

ନୂଆଦିଲ୍ଲୀ: ଫୁଟବଲ ଦୁନିଆର ମହାନ ଖେଳାଳି ଗର୍ଡ ମୁଲରଙ୍କ ଆଜି ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଜର୍ମାନୀର ଏହି ଖେଳାଳି ଆନ୍ତର୍ଜାତୀୟ ମୁକାବିଲାରେ ୬୨ ମ୍ୟାଚ ଖେଳି ୬୮ ଗୋଲ ସ୍କୋର କରିଥିଲେ । ଲୋକପ୍ରିୟ କ୍ଲବ ବେୟର୍ଣ୍ଣ ମ୍ୟୁନିକ ପାଇଁ ସେ ଐତିହାସିକ ପ୍ରଦର୍ଶନ କରିଥିଲେ । କ୍ଲବ ପକ୍ଷରୁ ସେ ୬୦୭ ମ୍ୟାଚ ଖେଳି ୫୬୬ ଗୋଲ ଦେଇଥିଲେ ।

କ୍ଲବ ପକ୍ଷରୁ ଏଥିନେଇ ଶୋକ ବ୍ୟକ୍ତ କରାଯାଇଛି । ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଫୁଟବଲ ଖେଳାଳିମାନଙ୍କ ମୁଲରଙ୍କ ବିୟୋଗକୁ ଅପୂରଣୀୟ କ୍ଷତି ଭାବେ ବର୍ଣ୍ଣନା କରିଛନ୍ତି ।

Leave A Reply

Your email address will not be published.