Latest Odisha News

BREAKING NEWS

ପୁଷ୍ପା ୩ରେ ହେବ କି ସଲମାନଙ୍କ ଏଂଟ୍ରି

ମୁମ୍ବାଇ: ପୁଷ୍ପା ଫିଲ୍ମର ତୃତୀୟ ସଂସ୍କରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଲ୍ଲୁ ଅର୍ଜୁନ ଅଭିନୀତ ଏହି ଫିଲ୍ମର ପୂର୍ବ ୨ଟି ସଂସ୍କରଣ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ପୁଷ୍ପା ୨ ଓଭରାଲ ୧୮୭୧ କୋଟିର କାରୋବାର କରିଥିଲା । ରିପୋର୍ଟ ମୁତାବକ ଏହାର ମେକର୍ସ ପୁଷ୍ପା ୩କୁ ଆହୁରି ଭବ୍ୟ ଆକାରରେ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏହାର ପ୍ରି ପ୍ରଡକ୍ସନ କାର୍ଯ୍ୟ ଆରମ୍ଭ ହୋଇଛି । ନିର୍ଦ୍ଦେଶକ ସୁକୁମାର ଓ ଅଲ୍ଲୁ ଅର୍ଜୁନ ଏବେ ସେମାନଙ୍କ ଅଲଗା ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ତେବେ ପୁଷ୍ପା ୩ରେ ସଲମାନ ଖାଁଙ୍କ ଏଂଟ୍ରି ହେବାକୁ ଯାଉଛି ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ଆହୁରି ବୃଦ୍ଧି ପାଇଛି ।

ସଲମାନ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ । କମ ସମୟ ହେଲେ ମଧ୍ୟ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ଏହାର ନାମ ସୁଲତାନ ରହିବ । ରିପୋର୍ଟ ମୁତାବକ ଏହା ପରେ ସଲମାନ ମାୟେଥେରୀ ମୁଭି ମେକର୍ସଙ୍କ ସହ ଏକ ଫିଲ୍ମ ମଧ୍ୟ କରିବା ପାଇଁ ରାଜି ହୋଇଛନ୍ତି । ସଲମାନଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ମେକର୍ସଙ୍କ ପକ୍ଷରୁ ମଧ୍ୟ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନି । ପୁଷ୍ପା୩ର ସମସ୍ତ ରୂପରେଖ ପ୍ରସ୍ତୁତ ହେଲେ ମେକର୍ସ ଆବଶ୍ୟକୀୟ ଘୋଷଣା କରିବେ । ତେବେ ଏହାର କାର୍ଯ୍ୟ ୨୦୨୮ ସୁଦ୍ଧା ଶେଷ ହେବା ସମ୍ଭବପର ନୁହେଁ ।

Leave A Reply

Your email address will not be published.