Latest Odisha News

BREAKING NEWS

ରାଖୀଙ୍କ ମା’ଙ୍କ କର୍କଟ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ସୋହେଲ୍‌ ଖାନ

ନୂଆଦିଲ୍ଲୀ: ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମା’ଙ୍କ କର୍କଟ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି ସୋହେଲ୍‌ ଖାନ୍‌। ସଲମାନ ଖାନ ଏବଂ ତାଙ୍କ ପରିବାର ରାଖୀ ସାୱନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରାଖୀ ପ୍ରଥମେ ବିଗ୍ ବସ୍ ୧୪ର ଫାଇନାଲ୍‌ର କିଛି ସପ୍ତାହ ପୂର୍ବରୁ ତାଙ୍କ ମାଙ୍କର କର୍କଟ ରୋଗ ଏବଂ ଚିକିତ୍ସା ବିଷୟରେ କହିଥିଲେ।

ଶୁକ୍ରବାର ଦିନ ସୋହେଲ ଖାନ ଏକ ଭିଡିଓ ମେସେଜ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି, “ମୋର ପ୍ରିୟ ରାକ୍ଷୀ, ଯଦି ତୁମେ କିମ୍ବା ତୁମ ମା’ଙ୍କର କିଛି ଦରକାର ହୁଏ ତେବେ ନିଶ୍ଚିତ କଲ୍ କରିବ। ମୁଁ ତୁମ ସହିତ କେବେବି ସାକ୍ଷାତ କରି ନାହିଁ, କିନ୍ତୁ ମୁଁ ତୁମକୁ ଭଲଭାବେ ଜାଣେ ଏବଂ ମୁଁ ଜାଣେ ଯେ ତୁମେ ବହୁତ ଶକ୍ତିଶାଳୀ। ତୁମ ମା ମଧ୍ୟ ଜଣେ ଶକ୍ତିଶାଳୀ। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି।

Leave A Reply

Your email address will not be published.