Latest Odisha News

ସଲମାନ ଖାନଙ୍କ ବାପାଙ୍କୁ ପୁଣି ହତ୍ୟା ଧମକ !

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅନେକ ଥର ମୃତ୍ୟୁ ଧମକ ମିଳିଛି। କିଛି ଦିନ ପୂର୍ବେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ଚାଳନା ହୋଇଥିଲା। ବର୍ତ୍ତମାନ ଏହାର କିଛି ମାସ ପରେ ତାଙ୍କ ପିତା ସଲିମ ଖାନଙ୍କୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଧମକ ଦେଇଛନ୍ତି। ସଲିମ ଖାନ ମର୍ଣ୍ଣିଂ ୱାକ୍ ପାଇଁ ବାହାରକୁ ଯାଉଥିବା ସମୟରେ ଜଣେ ଅଜ୍ଞାତ ମହିଳା ତାଙ୍କ ପାଖକୁ ଆସି ମାରିଦେବା ଧମକ ଦେଇ କହିଥିଲେ।

ଏହି ମାମଲା ସେପ୍ଟେମ୍ବର ୧୮ ତାରିଖର ଅଟେ। ସଲମାନ ଖାନଙ୍କ ପିତା ସଲିମ ଖାନ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ସକାଳ ଚାଲିବାକୁ ଯାଇଥିଲେ। ଏହି ସମୟରେ ସ୍କୁଟରରେ ଜଣେ ମହିଳା ଆସି ସଲିମ ଖାନଙ୍କ ନିକଟରେ ପହଞ୍ଚି ତାଙ୍କୁ ଧମକ ଦେଇ ପଳାଇ ଯାଇଥିଲେ। ପ୍ରକୃତରେ ମହିଳା ଜଣକ ବୁର୍ଖା ପିନ୍ଧିଥିଲେ। ମୁମ୍ବାଇର ବାନ୍ଦ୍ରା ଥାନାରେ ଏହି ମହିଳାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସିସିଟିଭି ସହାୟତାରେ ଉକ୍ତ ମହିଳାଙ୍କୁ ଗିରଫ କରାଯାଇଛି।

ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ଧମକ ଦେଇଥିବା ମହିଳା ଏକୁଟିଆ ନଥିଲେ। ସ୍କୁଟରରେ ତାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଥିଲେ। ଦୁହେଁ ଏକ ସ୍କୁଟରରେ ବାନ୍ଦ୍ରା ବ୍ୟାଣ୍ଡ ଷ୍ଟାଣ୍ଡ ଅଞ୍ଚଳକୁ ଆସିଥିଲେ। ଏହି ସମୟରେ ମହିଳା ଲରେନ୍ସ ବିଷ୍ଣୋଇଙ୍କ ନାମରେ ସଲିମ ଖାନଙ୍କୁ ଧମକ ଦେଇଥିଲେ। ବୁର୍ଖାରେ ଥିବା ମହିଳା କହିଥିଲେ, “ମୁଁ ଲରେନ୍ସ ବିଷ୍ଣୋଇଙ୍କୁ ପଠାଇବି କି?”

ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ବୁର୍ଖା ପିନ୍ଧିଥିବା ବ୍ୟକ୍ତି ପୁରୁଷ ନୁହଁନ୍ତି ବରଂ ଜଣେ ମହିଳା। ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣେ ଛୋଟ ଅପରାଧୀ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସ୍କୁଟର ଚଳାଉଥିବା ବ୍ୟକ୍ତିଙ୍କ ଗର୍ଲଫ୍ରେଣ୍ଡ ବୁର୍ଖାରେ ଥିବା ସେହି ମହିଳା। ସେମାନେ ଲୋକଙ୍କୁ ଇମ୍ପ୍ରେସ କରିବା କରିବା ପାଇଁ ବଲିଉଡର ସୁଲତାନଙ୍କୁ ଧମକ ଦେବାକୁ ଯୋଜନା କରିଥିଲେ। ବର୍ତ୍ତମାନ ପୋଲିସ ପ୍ରତ୍ୟେକ ଦିଗରୁ ପଚରାଉଚରା କରୁଛି। ସୂଚନା ଥାଉକି ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିଲେ।

 

Leave A Reply

Your email address will not be published.