ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁ ସୋମବାର ଏକ ନୂଆ ଫିଲ୍ମ ସାଇନ କରିଛନ୍ତି । ସଲମାନ ଓ ପ୍ରଡକ୍ସନ ହାଉସ ଶ୍ରୀ ଭେଙ୍କେଟେଶ୍ୱର କ୍ରିଏଶନ୍ସ ଏହି ସୂଚନା ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଆକ୍ସନ ଫିଲ୍ମ । ଭାମଶୀ ପେଡିପଲ୍ଲୀ ଓ ଦିଲ ରାଜୁ ମିଳିତ ଭାବେ ଏହାକୁ ନିର୍ମାଣ କରୁଛନ୍ତି । ସଲମାନ ଏ ସମ୍ପର୍କରେ ଏକ ଫଟୋ ଶେୟାର କରିବା ସହ ଦିଲ, ଦିମାଗ, ଜିଗରରୁ ଏପ୍ରିଲରୁ ଭାମଶୀ ଓ ଦିଲ ରାଜୁଙ୍କ ସହ..ଲେଖିଛନ୍ତି । ହିନ୍ଦୀ ଓ ଦକ୍ଷିଣ ଭାରତର କଳାକାରଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରାଯିବ ।
ସଲମାନ ଏ ଭଳି ଏକ ଭୂମିକାରେ ଅବତୀର୍ଣ୍ଣ ହେବେ ଯାହା ତାଙ୍କ ପ୍ରଶଂସକ ପୂର୍ବରୁ ଦେଖି ନ ଥିବେ । ଭାରତର ଭିନ୍ନ ଭିନ୍ନ ଲୋକେଶନରେ ଏହାର ଶୁଟିଂ କରାଯିବ । ଏପ୍ରିଲ ୧୪ରୁ ମୁମ୍ବାଇରୁ ଏହା ଆରମ୍ଭ ହେବ । ଭାମଶୀ ଓ ଦିଲ ରାଜୁ ସାଉଥରେ ଅନେକ ବଡ ଫିଲ୍ମ ନିର୍ମାଣ କରିଛନ୍ତି । ମହର୍ଷି ଓ ଶତମାନମ ଭବତି ପାଇଁ ଦିଲ ରାଜୁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ଉଭୟଙ୍କ ଯୋଡି ବକ୍ସ ଅଫିସରେ ବେଶ ସଫଳତା ହାସଲ କରିଛି ।