Latest Odisha News

BREAKING NEWS

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ସଲ୍‌ମାନଙ୍କ ମୋଷ୍ଟ ୱା‌ଣ୍ଟେଡ ମୁଭି ‘ରାଧେ’

ନୂଆଦିଲ୍ଲୀ: ଶନିବାର ସଲମାନ ଖାନ ତାଙ୍କ ପରବର୍ତ୍ତୀ ତଥା ମୋଷ୍ଟ ୱାଣ୍ଟେଡ୍‌ ଚଳଚ୍ଚିତ୍ର ‘ରାଧେ’ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ରିଲିଜ ତାରିଖ ଘୋଷଣା ହେବା ପରଠୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ନୂତନ ପୋଷ୍ଟର ସେୟାର କରି ସଲମାନ ଘୋଷଣା କରିଛନ୍ତି ଯେ ‘ରାଧେ’ ଆସନ୍ତା ମେ ୧୩ ରେ ରିଲିଜ କରିବ।

ନୂଆ ପୋଷ୍ଟରରେ ସଲମାନ ଏକ ଭୟଙ୍କର ଅବତାରରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ ଦିଶା ପଟାନି, ରଣଦୀପ ହୁଡା ଏବଂ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.