Latest Odisha News

BREAKING NEWS

ଅନ୍ତର୍ଜାତୀୟ ମହିଳା ଦିବସରେ ସଶସ୍ତ୍ର ମାଓବାଦୀଙ୍କ ପ୍ରଜାମେଳି, ପୋଲିସକୁ ଚ୍ୟାଲେଞ୍ଜ

ମାଲକାନଗିରି: ଆଦିବାସୀ ଅଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି । ମହିଳାଙ୍କୁ ସଶସ୍ତ୍ର ଓ ମଜଭୁତ୍ ଲାଗି ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବା ବେଳେ ପ୍ରଜାମେଳି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲରେ ମହିଳାଙ୍କୁ ନେଇ ମହିଳା ଦିବସ ପାଳିଛନ୍ତି ।

Viral Video Several Women's Of Chhatishgarh Participated In Maoist Camp Rally

ଭାଇରାଲ୍ ଭିଡିଓରେ ଦେଖାଯାଉଛି ଜଣେ ମହିଳା ନକ୍ସଲ କମାଣ୍ଡର ସ୍ଲୋଗନ୍ ଦେଉଛନ୍ତି । ଏବଂ ପ୍ରଜାମେଳିରେ ବସିଥିବା ଶତାଧିକ ମହିଳା ପାଳି ଧରୁଛନ୍ତି । ଏତିକି ନୁହେଁ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା କହୁଥିବା ନକ୍ସଲ ମହିଳାଙ୍କୁ ନେଇ ଜଙ୍ଗଲ ମଧ୍ୟରେ ଶୋଭାଯାତ୍ରା କରି ସେମାନଙ୍କୁ ସଂଗଠନ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ।

Viral Video Several Women's Of Chhatishgarh Participated In Maoist Camp Rally

ପୂର୍ବରୁ ଏଭଳି ଭାବେ ମାଓବାଦୀ ଅନେକ ଥର ପ୍ରଜାମେଳି କରିଛନ୍ତି । ନିରୀହ ଆଦିବାସୀଙ୍କୁ ଟାର୍ଗେଟ୍ କରି ମାଓବାଦୀ ପ୍ରଜାମେଳି କରିଥାନ୍ତି । ଆଉ ସେଥିରେ ପ୍ରାୟତଃ ପୁରୁଷ ଯୋଗ ଦେଇଥାନ୍ତି । ତେବେ, ସୀମାନ୍ତ ଛତିଶଗଡ଼ରେ ଲାଲ୍ ବାହିନୀ କରିଥିବା ପ୍ରଜାମେଳିରେ ଶତାଧିକ ମହିଳା ସାମିଲ୍ ହୋଇଥିବା ଭିଡିଓରେ ଦେଖାଯାଉଛି । ଯାହାକି ପୋଲିସ ପାଇଁ ଆଗାମୀ ଦିନରେ ମୁଣ୍ଡବ୍ୟଥା ସୃଷ୍ଟି କରିବ ।

Leave A Reply

Your email address will not be published.