Latest Odisha News

BREAKING NEWS

ଚୋରି ହୋଇଗଲା ସଲମାନ ଖାନଙ୍କ ଉଉଣୀଙ୍କର ହୀରା କାନଫୁଲ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ମୁମ୍ବାଇ ଘରେ ଚୋରି ହୋଇଛି। କୁହାଯାଉଛି ଯେ ଅର୍ପିତାଙ୍କ ଘରୁ ତାଙ୍କ ହୀରା କାନଫୁଲ ଚୋରି ହୋଇଛି। ଏହି ମାମଲାରେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଅର୍ପିତା ଖାନ ମୁମ୍ବାଇର ଖାର ପୋଲିସ ଷ୍ଟେସନକୁ ଯାଇ କାନଫୁଲ ଚୋରି ହେବା ପରେ ଏକ ମାମଲା ରୁଜୁ କରିଥିଲେ। ଅର୍ପିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଘରୁ ଚୋରି ହୋଇଥିବା କାନଫୁଲର ମୂଲ୍ୟ ୫ ଲକ୍ଷ ଟଙ୍କା। ଏହା ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ​​ଏବଂ ଉକ୍ତ ରାତିରେ ଅଭିଯୁକ୍ତକୁ ଗିରଫ କରିଥିଲା।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଅର୍ପିତାଙ୍କ ଘରେ ଚୋରି ତାଙ୍କ ଘରେ କାମ କରୁଥିବା ଜଣେ ଚାକର ଦ୍ୱାରା କରାଯାଇଥିଲା ଢ ଯାହାର ବୟସ ୩୦ ବର୍ଷ ବୋଲି କୁହାଯାଉଛି। ଅର୍ପିତା ଖାନଙ୍କ ଏହି ଚାକରଙ୍କ ନାମ ସନ୍ଦୀପ ହେଗଡେ। ଯିଏକି ମୁମ୍ବାଇର ଭିଲେ ପାର୍ଲ ଅଞ୍ଚଳର ବାସିନ୍ଦା।

ଅର୍ପିତା ଖାନ ଅଭିନେତା ଆୟୁଷ ଶର୍ମାଙ୍କୁ ବିବାହ କରିଛନ୍ତି। ଦୁହେଁ ଦୁଇ ସନ୍ତାନର ପିତାମାତା। ଆୟୁଷ ଶର୍ମା ଆଜିକାଲି ବଲିଉଡରେ ନିଜର କ୍ୟାରିୟର କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଅନ୍ତିମ’ ରେ ସଲମାନ ଖାନଙ୍କ ସହ ଦେଖିବାକୁ ମିଳିଥିଲା।

Comments are closed.