Latest Odisha News

‘ଯାହା ବାଂଲାଦେଶରେ ହେଉଛି, ସେହିଭଳି ଭାରତରେ ମଧ୍ୟ ହୋଇପାରେ’

ନୂଆଦିଲ୍ଲୀ: ବାଂଲାଦେଶରେ ଥମିବାର ନାଁ ନଉନାହିଁ ହିଂସା । ଦିନକୁ ଦିନ ସେଠାରେ ସ୍ଥିତି ଅତି ଦୟନୀୟ ଅବସ୍ଥାକୁ ଗତି କରୁଥିବା ଦେଖିବାକୁ ମିଳୁଛି । ଶେଖ୍ ହସିନାଙ୍କୁ ବାଂଲାଦେଶ ଛାଡିବାର ତିନି ଦିନ ହୋଇସାରିଥିଲେ ମଧ୍ୟ ସେଠାକାର ପରିସ୍ଥିତିରେ କୌଣସି ପ୍ରକାର ସୁଧାର ଆସୁନି । ଏହାରି ଭିତରେ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି । କଂଗ୍ରେସ ନେତା ସଲମାନ୍ ଖୁର୍ସିଦ କହିଛନ୍ତି ଯେ, ଯାହା ବଂଲାଦେଶରେ ହେଉଛି ତାହା ଭାରତରେ ମଧ୍ୟ ହୋଇପାରେ ।

ମଙ୍ଗଳବାର ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଶିକ୍ଷାବିତ୍ ମୁଜିବର ରହମାନଙ୍କ ଲିଖିତ ପୁସ୍ତକ ‘ଶିକୱା-ଏ-ହିନ୍ଦ; ଦ ପଲିଟିକାଲ ଫ୍ୟୁଚର ଅଫ୍ ଇଣ୍ଡିଆନ୍ ମୁସ୍ଲିମ୍’ର ଉନ୍ମୋଚନ ସମୟରେ ସଲମାନ୍ ଖୁର୍ସିଦ ଏହି ମନ୍ତବ୍ୟ ଦେଇଛନ୍ତି ।

ଖୁର୍ସିଦ କହିଛନ୍ତି ଯେ, ବାଂଲାଦେଶ ଭଳି ପରିସ୍ଥିତି ଭାରତରେ ମଧ୍ୟ ଉପୁଜିପାରେ । ଅବଶ୍ୟ କଶ୍ମୀରରେ ସବୁକିଛି ସାମାନ୍ୟ ଲାଗିପାରେ । ଆମେ ବିଜୟର ଉତ୍ସବ ପାଳନ କରୁଛୁ । କିନ୍ତୁ ଅନେକ ଲୋକଙ୍କ ମତରେ ୨୦୨୪ର ବିଜୟ ସାମାନ୍ୟ ଅଟେ । ଏହା ପରେ ବି ଆହୁରି ଅନେକ କିଛି କରିବାକୁ ବାକି ଅଛି ।

ଏହା ସହିତ ସେ କହିଛନ୍ତି, “ବାଂଲାଦେଶରେ ଯାହା ଘଟୁଛି, ତାହା ମଧ୍ୟ ଏଠାରେ ହୋଇପାରେ । ବାଂଲାଦେଶ ଭଳି ସ୍ଥିତି ଆଗକୁ ରୋକୁଛି ଆମ ଦେଶର କିଛି ନୀତି ଆଦର୍ଶ, ଯାହା ବାଂଲାଦେଶ ଭଳି ସ୍ଥିତିକୁ ଅସ୍ବୀକାର କରାଯାଇନପାରେ’ ।

ତେବେ କଂଗ୍ରେସ ନେତାଙ୍କ ଏହି ବିବୃତ୍ତି ଉପରେ ବିଜେପି ନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କଂଗ୍ରେସ ନେତାମାନେ କାହାକୁ ବାଂଲାଦେଶ ଭଳି ଜ୍ଞାନ ଦେଉଛନ୍ତି ବୋଲି ବିଜେପି କହିଛି । କଂଗ୍ରେସ ଗୋଟେ କଥା କୁହେ ଏବଂ ଆଉ ଗୋଟେ କଥା କରେ ।

Comments are closed.