Latest Odisha News

BREAKING NEWS

ବକ୍ସ ଅଫିସରେ କମାଲ କରିବ ଶାହାରୁଖ, ଅମୀର ଓ ସଲମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ୨୦୨୩ ଶାହାରୁଖ ଖାଁଙ୍କ ବର୍ଷ ରହିଥିଲା । ଯବାନ, ପଠାନ ଓ ଡଙ୍କି ପରି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଅବଶ୍ୟ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱର ଅମୀର ଖାଁ ଓ ସଲମାନ ଖାଁଙ୍କ ଏହି ବର୍ଷ ଭଲ ନ ଥିଲା । ଉଭୟଙ୍କ କୌଣସି ଫିଲ୍ମ ଆଖିଦୃଶିଆ ବ୍ୟବସାୟ କରିପାରି ନ ଥିଲା । ଏହା ସତ୍ୱେ ଏହି ୩ ଖାଁଙ୍କ ଆଗାମୀ ଫିଲ୍ମ ଉପରେ ଦର୍ଶକଙ୍କ ନଜର ରହିଛି । ଏହା ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ଅମୀର କମେଡି ଡ୍ରାମା ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜକୁମାର ସନ୍ତୋଷୀ ଏବେ ଲାହୋର ୧୯୪୭ରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ଅମୀରଙ୍କୁ ନେଇ ଅନ୍ଦାନ ଆପନା ଆପନାର ସୀକ୍ୱେଲ କରିପାରନ୍ତି । ଜୋୟା ଅଖତରଙ୍କ ଏକ ଫିଲ୍ମ ନେଇ ମଧ୍ୟ ଆଲୋଚନା ଚାଲିଛି ।

ସେହିପରି ସଲମାନ ସିକନ୍ଦର ଫିଲ୍ମ ମାଧ୍ୟମରେ ସଫଳ ପ୍ରତ୍ୟାବର୍ତନ କରିବେ ବୋଲି ଆଶା କରାଯାଉଛି । ଏଥିରେ ଦର୍ଶକଙ୍କୁ ଖଳନାୟକର ଝଲକ ଦେଖିବାକୁ ମିଳିବ । ଶାହାରୁଖ ଏବେ କିଙ୍ଗ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ପ୍ରଥମେ ଶାହାରୁଖଙ୍କ ଝିଅ ସୁହାନା ଏଥିରେ ଅଭିନୟ କରୁଛନ୍ତି । କିଙ୍ଗ ଖାଁ ଏଥିରେ କାମିଓ କରିବେ ବୋଲି ପ୍ରଥମେ ଅନୁମାନ କରାଯାଉଥିଲା । ଏବେ କିନ୍ତୁ ତାଙ୍କ ରୋଲ ବଢ଼ାଯାଇଛି ।

Leave A Reply

Your email address will not be published.