Latest Odisha News

ସିକନ୍ଦରରେ ସଲମାନଙ୍କ ଡବଲ ରୋଲ

ମୁମ୍ବାଇ: ସଲମାନ ଖାଁ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଆର ମୁରୁଗାଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସାଜିଦ ନାଡିୟାଡୱାଲ ପ୍ରଡ୍ୟୁସର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିକନ୍ଦରରେ ସଲମାନ ଡବଲ ରୋଲ କରିବେ । ଇଦ ୨୦୨୫ରେ ଏହାକୁ ରିଲିଜ କରିବା ପାଇଁ ପ୍ରଡକ୍ସନ ଟିମ ଏବଂ ସଲମାନ ଜୋରସୋରରେ ଲାଗି ପଡିଛନ୍ତି । ଅଗଷ୍ଟ ୨୨ରୁ ଏହାର ଆକ୍ସନ ସୀକ୍ୱେନ୍ସର ଶୁଟିଂ ଆରମ୍ଭ ହେବ । ଏଥିପାଇଁ ୧୦୦୦୦ ଗୁଳି ଓ ପିସ୍ତଲ ଅର୍ଡର କରାଯାଇଛି । ୪୦ ଦିନ ମଧ୍ୟରେ ଏହି ଆକ୍ସନ ଦୃଶ୍ୟଗୁଡିକ ଶୁଟିଂ କରାଯିବ ।

ପ୍ରଥମ ସିଡ୍ୟୁଲରେ ସଲମାନ ପର୍ସନାଲ ଚାର୍ଟର୍ଡ ପ୍ଲେନରେ ଭିଲେନଙ୍କ ପୁଅ ସହିତ ଆକ୍ସନ ଦୃଶ୍ୟର ଶୁଟିଂ ଶେଷ କରିଥିଲେ । ବାହୁବଳୀ ଷ୍ଟାର ସତ୍ୟରାଜ ଏହି ଫିଲ୍ମର ମୂଖ୍ୟ ଆକର୍ଷଣ ହେବାକୁ ଯାଉଛନ୍ତି । ସଲମାନଙ୍କ ସହ ଏହି ମେଗା ବଜେଟ ଫିଲ୍ମରେ ରଶ୍ମକା ମାନ୍ଦନା ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ।

Comments are closed.