Latest Odisha News

ହସ ହସ ମୁହଁରେ ଭାଇଜାନ୍; ହେଲେ ପ୍ରଶଂସକ କଲେ ଆଉ କିଛି ନୋଟିସ୍

ନୂଆଦିଲ୍ଲୀ: ବଲିଉଡର ଭାଇଜାନ୍ ସଲମାନ ଖାନ୍ କ୍ୱଚିତ୍ ସମୟରେ ହସୁଥିବାର ତାଙ୍କ ପ୍ରଶଂସକମାନେ ଦେଖିବାକୁ ପାଇଥିବେ। ନିକଟରେ ସେ ସୁନ୍ଦର ଭାବରେ ହସୁଥିବାର ଏକ ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓ ବିମାନ ବନ୍ଦରର। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ସଲମାନ ଖାନଙ୍କ ଓଜନ ବୃଦ୍ଧି ଏବଂ ବାହାରକୁ ପେଟ ଦେଖାଯାଉଥିବାରୁ ତାଙ୍କ ଫ୍ୟାନଙ୍କ ନଜର ସେଇଠି ରହିଛି । ସଲମାନ ଖାନଙ୍କ ଏହି ଲୁକ୍ କୁ ନେଇ କିଛି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ କିଛି ପ୍ରଶଂସକ କହିଛନ୍ତି,ତାଙ୍କ ଆଗାମୀ ଫିଲ୍ମର ଲୁକ୍ ହୋଇଥାଏ ପାରେ।

BjdElectrycity

ସେୟାର ହୋଇଥିବା ଭିଡିଓରେ ସଲମାନ୍ ଖାନ୍ ନୀଳ ରଙ୍ଗର ଟି-ସାର୍ଟ, ଟ୍ରାଉଜର ଓ କଳା ରଙ୍ଗର ଜାକେଟ୍ ପିନ୍ଧି କାରରୁ ଓହ୍ଲାଉ ଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ମୁହଁରେ ହସ ଥିବା ଦେଖିବାକୁ ମିଳିଛି । ସେ ତାଙ୍କ ଅଙ୍ଗରକ୍ଷୀ ଶେରାଙ୍କ ସହ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଛି । ତାଙ୍କର ଏହି ଭିଡିଓ ଦେଖି ଫ୍ୟାନ୍ସମାନେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ଫ୍ୟାନ୍ସମାନେ ଲେଖିଛନ୍ତି,‘‘ଭାଇଜାନଙ୍କ ପେଟ ବାହାରକୁ ବାହାରିଗଲା ।’’ ସେହପରି ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି, ଏହି ଡ୍ରେସରେ ସଲମାନ ଖାନ୍ ଚମତ୍କାର ଦେଖାଯାଉଛନ୍ତି । ସମସ୍ତଙ୍କୁ ହସ ସହିତ ସ୍ୱାଗତ କରୁଛି ।’’

ସଲମାନ ଖାନଙ୍କୁ କିଛି ପ୍ରଶଂସକ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ସହ ତୁଳନା କରିଛନ୍ତି । ସଲମାନଙ୍କୁ ଶେଷ ଥର ଫିଲ୍ମ ‘ଟାଇଗର ୩’ରେ ଦେଖିବାକୁ ମିଳିଥିଲା । ଯାହା ବକ୍ସ ଅଫିସ୍ ରେ ଭଲ ରୋଜଗାର କରିଥିଲା । ହେଲେ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’, ‘ପଠାନ’  ଏବଂ ସନି ଦେଓଲଙ୍କ ‘ଗଦର ୨’ ରେକର୍ଡ ଭାଙ୍ଗି ପାରି ନାହିଁ । ଫିଲ୍ମ ‘ଟାଇଗର ୩’କୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଥିଲେ ।

Leave A Reply

Your email address will not be published.