Latest Odisha News

BREAKING NEWS

ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ୍‌’ର ନୂଆ ଗୀତ : ଲୁଙ୍ଗି ପିନ୍ଧି ସଲମାନଙ୍କ ସହ ଡ଼୍ୟାନ୍ସ କଲେ ରାମଚରଣ

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ\’ କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ନିକଟରେ ଏହାର ଏକ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନଙ୍କ ସହ ସାଉଥ୍ ସୁପରଷ୍ଟାର ରାମଚରଣ ନଜର ଆସିଛନ୍ତି । ଏହି ଗୀତରେ ରାମ ଚରଣ ଏବଂ ଭେଙ୍କଟେଶଙ୍କ ସହ ସଲମାନ ଖାନ୍ ଲୁଙ୍ଗି ପିନ୍ଧି ଜବରଦସ୍ତ ଡ଼୍ୟାନ୍ସ କରୁଛନ୍ତି । ଏଥିରେ ସଲମାନଙ୍କ ଲୁକ୍ ଓ ନୃତ୍ୟକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ଏହି ଗୀତରେ ସଲମାନ, ରାମ ଚରଣ ଏବଂ ଭେଙ୍କଟେଶ ହଳଦିଆ ସାର୍ଟ ଏବଂ ଧଳା ରଙ୍ଗର ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି । ଏହି ତିନିି ତାରକାଙ୍କ ସହ ପୂଜା ହେଗଡେ ମଧ୍ୟ ଏହି ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି ।

ସଲମାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଗୀତ ସେୟାର କରିବା ସହ ରିଲିଜ ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପୂର୍ବରୁ ଏହି ଫିଲ୍ମର ୪ଟିଗୀତ ରିଲିଜ୍ ହୋଇସାରିଛି । ଏହି ଗୀତ ଲୋକଙ୍କର ବେଶ୍ ମନଛୁଆଁ ହେବ ।

Comments are closed.