Latest Odisha News

BREAKING NEWS

ସମବାୟ ସମିତି କମିଟି ଚୟନରେ ଅନିୟମିତତା ଅଭିଯୋଗ, ରାସ୍ତାରୋକ ଚେତାବନୀ

ନୂଆପଡ଼ା: ମଖାପଦର ସମବାୟ ସମିତି କମିଟି ଗଠନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଜନୈକ ଜିଲ୍ଲା ପରିଷଦ ସଭ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଇଚ୍ଛା ମୁତାବକ କୃଷି ସମବାୟ ସମିତି ଗଠନ କରି ନିଜ ସମ୍ପର୍କୀୟଙ୍କୁ ଦାୟିତ୍ୱ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଏହାର ପ୍ରତିବାଦରେ ଆସନ୍ତକାଲି ବୁଧବାର ସିନାପାଲି-ଖଡ଼ିଆଳ ମୁଖ୍ୟ ରାସ୍ତା ଗଣ୍ଡାବାହାଳି ଠାରେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ମଖାପଦର ପଞ୍ଚାୟତର ୮ଟି ଗାଁର ଶତାଧିକ ଚାଷୀ ସ୍ୱର ଉତ୍ତୋଳନ କରିବା ସହ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମନମୁଖି କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ।

ଚାଷୀଙ୍କ ଅଭିଯୋଗ ଅନୁସାରେ, କିଛି ଲୋକଙ୍କୁ ଡାକି ସମବାୟ ସମିତି ଗଠନ କରି ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ସମବାୟ ସମିତି ସହ ନିବନ୍ଧକ ନୂଆପଡ଼ାଙ୍କ ନିକଟରେ ଦାଖଲ ହୋଇଛି । ଏନେଇ ଚାଷୀ ନୂଆପଡ଼଼ା ଜିଲ୍ଲାପାଳ, ସମବାୟ ସମିତି ନିବନ୍ଧକ ନୂଆପଡ଼ାଙ୍କ ନିକଟରେ ଲିଖିତ ଅଭିଯୋଗ କରିଖଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ଏନେଇ ଓଡ଼ିଶା ସମ୍ବାଦ ସମବାୟ ସମିତି ସହକାରୀ ନିବନ୍ଧକଙ୍କୁ ଯୋଗାଯୋଗ କରିଥିବା ବେଳେ ପ୍ରତିକ୍ରିୟା ମିଳି ପାରି ନାହିଁ ।

Leave A Reply

Your email address will not be published.