ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ସେ ଅକ୍ସିଜେନ ସହାୟତାରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଶନିବାର ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ “ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଅବସ୍ଥା ଗୁରୁତର ଅଛି ଏବଂ ସେ ଅକ୍ସିଜେନ ସହାୟତାରେ ଅଛନ୍ତି।”
ଶ୍ରୀ ଖାନଙ୍କୁ ମେ୯ ରେ ସୀତାପୁର ଜେଲରୁ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ତାଙ୍କ କରୋନା ଚିକିତ୍ସା ଚାଲିଛି।
Comments are closed.