ଲକ୍ଷ୍ନୌ: ବିଗିଡ଼ିଲା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବାରୁ ସୋମବାର ସକାଳେ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇଫତାରେ ଶେଷ ସଂନ୍ଧ୍ୟା ପର ଠାରୁ ଆଜମ ଖାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଥିଲା। ଭୋର ୩ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ଉଫରେ କଡ଼ା ନଜର ରଖାଯାଇଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ସୂଚନା ଥାଉକି ଗତ ବର୍ଷ ଆଜମ ଖାନଙ୍କୁ ନିମୋନିଆ ହେବାରୁ ତାଙ୍କର ନିଶ୍ୱାସ ନେବାର ଅସୁବିଧା ହେଉଥିଲା। ଏଥିପାଇଁ ତାଙ୍କୁ ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆଜମ ଖାନ୍ ବର୍ତ୍ତମାନ ଠକେଇ ମାମଲାରେ ୨୭ ମାସ ହେଲାଣି ୟୁପିର ସୀତାପୁର ଜେଲ୍ରେ ରହିଛନ୍ତି। ଜେଲ୍ରେ ତାଙ୍କର ଦେହ ଅନେକ ଥର ଖରାପ ହେଲାଣି। ନିୟମିତ ତାଙ୍କୁ ୟୁପି କୋର୍ଟରୁ ବେଲ୍ ବି ମିଳିଯାଉଛି।
Comments are closed.